ବିମାନବନ୍ଦରରେ ଦୀପିକ‌ାକୁ ଧିମେ ଧିମେ ଗୀତରେ ନାଚିବା ଶିଖାଇଲେ କାର୍ତ୍ତିକ, ଭାଇରାଲ ହେଲା ଭିଡିଓ

ବିମାନବନ୍ଦରରେ ଦୀପିକ‌ାକୁ ଧିମେ ଧିମେ ଗୀତରେ ନାଚିବା ଶିଖାଇଲେ କାର୍ତ୍ତିକ, ଭାଇରାଲ ହେଲା ଭିଡିଓ

news18.com

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ସେତେବେଳେ ଲୋକଙ୍କ ଭିଡ଼ ଜମିଥିଲା, ଯେତେବେଳେ ବଲିଉଡର ଦୁଇ କଳାକାର ସର୍ବସମ୍ମୁଖରେ ନାଚିବା ଆରମ୍ଭ କରିଥିଲେ। ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ପତି, ପତ୍ନୀ ଔର ୱରେ ଥିବା ଗୀତ ଧିମେ ଧିମେରେ ନାଚୁଥିବାର ଲାଇଭ ଦେଖିଲେ ଯାତ୍ରୀ। ଯାହାର ଏକ ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓକୁ ଇନଷ୍ଟାରେ ସେୟାର କରାଯାଇଥିବା ବେଳେ ଦୁଇ କଳାକାର ଧିମେ ଧିମେ ଗୀତରେ ନାଚୁଥିବା ଦେଖାଯାଇଛି। ଦୀପିକା କାର୍ତ୍ତିକଙ୍କ ଠାରୁ ପ୍ରଥମେ ଗୀତରେ ଥିବା ନାଚକୁ ଶିଖିବା ସହ ପରେ ପରେ ଦୁ‌ହେଁ ସାଥୀରେ ନାଚୁଛନ୍ତି। ଏହି ସମୟରେ ଉପସ୍ଥିତ ଯାତ୍ରୀ ଦୁହିଁଙ୍କ ନାଚୁଥିବାର ଦୃଶ୍ୟକୁ ନିଜ ଫୋନରେ ରେକର୍ଡ କରୁଥିବା ଦେଖାଯାଇଛି।

ସୂଚନା ମୁତାବକ, କିଛି ଦିନ ତଳେ ଦୀପିକା ଧିମେ ଧିମେ ଗୀତରେ କାର୍ତ୍ତିକଙ୍କୁ ନାଚ ଶିଖାଇବା ପାଇଁ କହିଥିଲେ। ଏହା ସହ ଡିସେମ୍ବର୧ରେ ସକାଳ ୯ଟାରେ ମୁମ୍ବାଇ ବିମାନବନ୍ଦରକୁ ଆସି ନାଚ ଶିଖାଇବା ପାଇଁ କହିଥିଲେ ଦୀପିକା। କାର୍ତ୍ତିକଙ୍କ ସହ ଭୂମି ଓ ଅନନ୍ୟାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ବେଳେ ଦୁହିଁଙ୍କ ମଧ୍ୟରୁ କେହି ବି ନଜର ଆସି ନଥିଲେ। ତେବେ କାର୍ତ୍ତିକ ଠିକ୍ ସମୟରେ ପହଞ୍ଚି ଦୀପିକାଙ୍କୁ ନାଚ ଶିଖାଇଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe