ଫିଲ୍ମ 'ଛପାକ' ପ‌ରେ ଦୀପିକାଙ୍କ ବିଜ୍ଞାପନକୁ ବର୍ଜନ କରିବା ଅଭିଯାନ ଜୋର ଧରିଲା, ଟୁଇଟରରେ ଟ୍ରେଣ୍ଡ କଲା; '#ଦୀପିକା ହଟାଓ, ଲକ୍ସ ବଚାଓ'

ଫିଲ୍ମ 'ଛପାକ' ପ‌ରେ ଦୀପିକାଙ୍କ ବିଜ୍ଞାପନକୁ ବର୍ଜନ କରିବା ଅଭିଯାନ ଜୋର ଧରିଲା, ଟୁଇଟରରେ ଟ୍ରେଣ୍ଡ କଲା; '#ଦୀପିକା ହଟାଓ, ଲକ୍ସ ବଚାଓ'

bhaskar.com

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଛପାକ' ରିଲିଜ୍ ଦିନଠାରୁ ହିଁ ବିବାଦରେ ରହିଛି। ଦୀପିକାଙ୍କ ଜେଏନୟୁ ଯିବା ଘଟଣାର ପ୍ରଭାବ ତାଙ୍କ ଫିଲ୍ମର ଆୟ ଉପରେ ପଡ଼ିଥିବା ବେଳେ ଏବେ ତାଙ୍କ ବିଜ୍ଞାପନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଥିବା ଦେଖାଯାଇଛି। ଫିଲ୍ମକୁ ବର୍ଜନ କରିବା ଅଭିଯାନ ପରେ ଏବେ ତାଙ୍କ ବିଜ୍ଞାପନକୁ ବର୍ଜନ କରିବାର ଅଭିଯାନ ଟୁଇଟରରେ ଆରମ୍ଭ ହୋଇଛି। ଲୋକେ '#ଦୀପିକା ହଟାଓ, ଲକ୍ସ ବଚାଓ' ଅଭିଯାନ ଆରମ୍ଭ କରିଛନ୍ତି।

ତେବେ ଟୁଇଟରରେ ଏଭଳି ଟ୍ରେଣ୍ଡ ଆରମ୍ଭ ହେବା ପରେ ବିଜ୍ଞାପନ କମ୍ପାନିମାନେ ଦୀପିକାଙ୍କ ଅଭିନୀତ ବିଜ୍ଞାପନ ଦେଖାଇବା କମ କରି ଦେଇଛନ୍ତି। ଦୀପିକା ଲକ୍ସ ସାବୁନର ବ୍ରାଣ୍ଡ ଆମ୍ବାସଡର ଥିବା ବେଳେ ଲୋକେ ତାଙ୍କୁ ଲକ୍ସରୁ ହଟାଇବା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି। ଲକ୍ସ ସହ ଦୀପିକା ନେସକେଫେ, କୋକା-କୋଲା, ଗୋଆଇବିବେ‌ା, ଓପୋ, ଜାଗୁଆର ଲାଇଟନିଙ୍ଗ, ଜିଓ, ଲରିଆଲ ପ୍ୟାରିସ୍, ବ୍ରିଟାନିଆ, ଜିଲେଟ ଭେନସ, ଭିସ୍ତାରା, ଆକ୍ସିସ୍ ବ୍ୟାଙ୍କ ଇତ୍ୟାଦି ବ୍ରାଣ୍ଡ ପାଇଁ ବ୍ରାଣ୍ଡ ଆମ୍ବାସାଡାର ଥିବା ବେଳେ ଏବେ କମ୍ପାନିମାନେ ତାଙ୍କ ବିଜ୍ଞାପନକୁ ଦେଖାଇବା କମ କରି ଦେଇଛନ୍ତି। ପରିସ୍ଥିତିକୁ ଦେଖି କମ୍ପାନିମାନେ ଏଭଳି କରୁଥିବା ଜଣାପଡ଼ିଛି।

ତେବେ ଫିଲ୍ମର ଆୟକୁ ଦେଖିବାକୁ ଗଲେ ଏହା ପ୍ରଥମ ଦିନରେ ମାତ୍ର ୪କୋଟି ଆୟ କରି ପାରିଥିଲା। ଜେଏନୟୁ ବିବାଦ ପରେ ଦୀପିକାଙ୍କ ଫିଲ୍ମକୁ ବର୍ଜନ କରାଯିବାରୁ ଏହାର ପ୍ରଭାବ ଫିଲ୍ମର ଆୟ ଉପରେ ପଡ଼ିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ 'ଛପାକ୍' ଭଲ ବ୍ୟବସାୟ କରି ପାରିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe