India Today
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି) ପକ୍ଷରୁ ସମନ ଜାରି ହେବା ପରେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସାରା ଅଲ୍ଲୀ ଖାନ୍ ଗୋଆରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଦୀପିକା ମୁମ୍ବାଇ ବିମାନ ଯୋଗେ ଯାଉଛନ୍ତି କି ଗାଡ଼ିରେ ଯାଉଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ସାରାଙ୍କୁ ବିମାନ ବନ୍ଦରରେ ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ନରେ ଗୋଆ ବିମାନ ବନ୍ଦରର ପ୍ରସ୍ଥାନ ଫାଟକରେ ସାରା ଅଲି ଖାନଙ୍କୁ ଦେଖିବାକୁ ମିଳିଛି। ଦୀପିକା ୧.୪୫ ସମୟରେ ଗୋଆ ହୋଟେଲ୍ ଚେକ୍ଆଉଟ୍ କରିଥିଲେ ବୋଲି ସୂଚନା ରହିଛି।
ନିର୍ଦ୍ଦେଶକ ସକୁନ୍ ବାତ୍ରାଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଦୀପିକା ପାଦୁକୋନ୍ ଗୋଆରେ ଥିଲେ। ଏଜେନ୍ସି ଦ୍ୱାରା ଚାଲିଥିବା ଡ୍ରଗ୍ ଯାଞ୍ଚ ସଂପର୍କରେ ଏହି ଦୁଇ ଅଭିନେତ୍ରୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଡକାଯାଇଛି। ଏନସିବି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ କୋଣ ଯାଞ୍ଚ କରୁଛି।
Connexionblogଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆଜି ଅପରାହ୍ନ ୨.୨୫ ସମୟରେ ଏନ୍ସିବି ଅଫିସ୍ରୁ ବାହାରକୁ ଆସୁଥିବାର ନଜର ଆସିଥିଲେ ଫ୍ୟାସନ୍ ଡିଜାଇନର୍ ସିମୋନ୍ ଖମ୍ବଟା। ତାଙ୍କୁ ଚାରି ଘଣ୍ଟା ଧରି ଏନସିବି ଜେରା କରିଥିବା ଜାଣିବାକୁ ମିଳିଛି।
ବଲିଉଡର ଅନେକ ଅଭିନେତ୍ରୀଙ୍କ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ ଯାଞ୍ଚରେ ଛନ୍ଦି ହୋଇଥିବା ରାକୁଲ ପ୍ରୀତ ସିଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ପଠାଯାଇଥିବା ସମନକୁ ଗ୍ରହଣ କରିଛନ୍ତି। ଆସନ୍ତାକାଲି (ସେପ୍ଟେମ୍ବର ୨୫) ତାଙ୍କୁ ଏନସିବି ଅଧିକାରୀମାନେ ଗ୍ରିଲ୍ କରିବେ।
Follow Us