ରଣବୀର ମନା କରିବା ସତ୍ତ୍ବେ ବି କାହିଁକି ନିଜ ଘର କାମ ନିଜେ କରିବାକୁ ପସନ୍ଦ କରନ୍ତି ଦୀପିକା?

Advertisment
ରଣବୀର ମନା କରିବା ସତ୍ତ୍ବେ ବି କାହିଁକି ନିଜ ଘର କାମ ନିଜେ କରିବାକୁ ପସନ୍ଦ କରନ୍ତି ଦୀପିକା?

OpIndia

ମୁମ୍ବାଇ: ପୂର୍ବରୁ ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ସଂପର୍କରେ ଆମେ ଗୁଡ଼ାଏ କଥା ଜାଣିଛେ। ସୋସିଆଲ୍‌ ମିଡିଆ ଜରିଆରେ ହେଉ କିମ୍ବା କୌଣସି ସାକ୍ଷାତ୍‌କାରରେ ହେଉ, ଉଭୟ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ପ୍ରଶଂସକଙ୍କ ସହ ବାଣ୍ଟିବାକୁ ପସନ୍ଦ କରିଥାନ୍ତି ଏହି ଯୋଡ଼ି।

ଦୀପିକା ନିକଟରେ ତାଙ୍କର ଏକ ସାକ୍ଷାତ୍‌କାର କାଳରେ ନିଜ ସଂପର୍କିତ ଏକ ବ୍ୟକ୍ତିଗତ କଥାର ଖୁଲାସା କରିଛନ୍ତି। ସେ କହନ୍ତି କି ନିଜ ଘରର କାମ କରିବା ପାଇଁ ସେ ଅନ୍ୟ ଉପ‌ରେ ନିର୍ଭର କରନ୍ତି ନାହିଁ। ଏହା ତାଙ୍କର ପିଲାଦିନର ଅଭ୍ୟା‌ସ। ଘରର କାମ ପାଇଁ ସେ କାହାକୁ ଅପେକ୍ଷା ନକରି ନ‌ିଜେ କରିପକାନ୍ତି।

ଦୀପିକା ଆହୁରି ବି କହିଛନ୍ତି କି ଏପରିକି ରଣବୀର ଅନେକ ଥର ତାଙ୍କୁ ଏପରି କରିବାକୁ ବାରଣ କରିଛନ୍ତି। ସେ କାହିଁକି ଘର କାମରେ ଅନ୍ୟର ସାହାଯ୍ୟ ନଲୋଡ଼ି ନିଜେ ସବୁ କରି ପକାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ମାତ୍ର ଦୀପିକାଙ୍କ କହିବା କଥା ହେଲା, ଏପରି ସେ ଜାଣିକରି କରନ୍ତି ନାହିଁ। ହୁଏତ ଏହା ତାଙ୍କର ଅଭ୍ୟାସ।

ସେ କହିଛନ୍ତି କି ପିଲାଦିନରୁ ତାଙ୍କୁ ଏପରି ଶିକ୍ଷା ଦିଆଯାଇଛି ଯେ ନିଜ ଘର କାମ ନିଜେ କରିବା ଉଚିତ। ନିଜ ଘର କାମ ପାଇଁ ଅନ୍ୟ ଉପରେ ନିର୍ଭର କରିବା ଅନୁଚିତ। ପିଲାଦିନର ତାଙ୍କର ଏହି ଶିକ୍ଷା ତାଙ୍କୁ ଆଜି ଯାଏ କାମ କରିବାକୁ ବାଧ୍ୟ କରେ ବୋଲି ଦୀପିକା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe