ରଣବୀରଙ୍କ ପ୍ରେମର ପ୍ରଭାବ; ଶେଷରେ ଦୀପିକାଙ୍କ ବେକରୁ ଲିଭିଲା ଚର୍ଚ୍ଚିତ ‘ଆର୍‌କେ’ ଟାଟୁ

ରଣବୀରଙ୍କ ପ୍ରେମର ପ୍ରଭାବ; ଶେଷରେ ଦୀପିକାଙ୍କ ବେକରୁ ଲିଭିଲା ଚର୍ଚ୍ଚିତ ‘ଆର୍‌କେ’ ଟାଟୁ

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ର ବାଜିରାଓ-ମସ୍ତାନି ରଣବୀର ସିଂହ ଓ ଦୀପିକା ପାଦୁକୋନ। ସେ ଦୁହେଁ ଚଳିତମାସ ୧୪-୧୫ରେ ଇଟାଲିଠାରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ମୁମ୍ବାଇ ଫେରିଛନ୍ତି। ଏହି ନବ ବର-ବଧୂ ଦ୍ୱୟ ଏବେ ଗଣମାଧ୍ୟମରେ ଛାଇ ରହିଛନ୍ତି। ତାଙ୍କର ପ୍ରତିଟି ଟିକ୍‌ ନିକ୍‌ ଖବର ଉପରେ ରହିଛି ସଭିଙ୍କ ନଜର। ଏତେ ସବୁ ଭିତରେ ଆପଣ ଦୀପିକାଙ୍କ ବେକଳ ସେ ଚର୍ଚ୍ଚିତ ଟାଟୁକୁ ଭୁଲିନଥିବେ ନିଶ୍ଚୟ!

କିଛି ବର୍ଷ ତଳେ ଅଭିନେତା ରଣବୀର କପୁରଙ୍କ ସହ ସଂପର୍କରେ ଥିବା ସମୟରେ ଦୀପିକା ନିଜ ବେକରେ ତାଙ୍କ ନାମ ଅନୁସାରେ ଆର୍‌କେ ଟାଟୁ କରିଥିଲେ, ଯାହାକି ସେ ସମୟରେ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ପାଲଟିଥିଲା। ମାତ୍ର ସେ ଦୁହିଁଙ୍କ ସଂପର୍କ ବେଶି ଦିନ ତିଷ୍ଟି ରହିପାରି ନଥିଲା। ଭାଙ୍ଗି ଯାଇଥିଲା ରଣବୀର ଓ ଦୀପିକାଙ୍କ ଭିତରେ ଥିବା ପ୍ରେମ ସଂପର୍କ।

publive-image

ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଯେ ସଂପର୍କ ଛିନ୍ନ ହେବାର ବହୁ ବର୍ଷ ପର୍ଯ୍ୟନ୍ତ ଦୀପିକା ତାଙ୍କ ବେକରୁ ରଣବୀରଙ୍କ ନାମର ସେ ଟାଟୁକୁ ବଦଳାଇ ନଥିଲେ କି ଲିଭାଇ ନଥିଲେ। ଏପରିକି ରଣବୀର ସିଂହଙ୍କ ସହ ସଂପର୍କରେ ରହିବା ପରେ ବି ଦୀପିକାଙ୍କ ବେକରେ ଥିଲା ରଣବୀର କପୁରଙ୍କ ନାମର ଟାଟୋ। ୨୦୧୦ ମସିହାରେ ‘କଫି ଉଇଥ୍‌’ କରଣରେ ଯେତେବେଳେ ଦୀପିକାଙ୍କୁ ସେ ଟାଟୁ ଲିଭାଇବା ସଂପର୍କରେ ପଚରା ଯାଇଥିଲା ସେ କହିଥିଲେ କି ‘ମୁଁ ଏହି ଟାଟୁକୁ ଲିଭାଇବା ଚିନ୍ତାରେ ନାହିଁ। ଏହାକୁ ନେଇ ଏବେ ବି ମୁଁ ଅନୁତପ୍ତ ନୁହେଁ।’

ଏପରିକି ରଣବୀର ସିଂହଙ୍କ ସହ ବିବାହର ସବୁ ପ୍ରକାର ବନ୍ଦୋବସ୍ତ ହେବା ପର୍ଯ୍ୟନ୍ତ ଦୀପିକାଙ୍କ ବେକରେ ଦେଖିବାକୁ ମିଳିଥିଲା ପୂର୍ବ ପ୍ରେମିକ ଆର୍‌କେଙ୍କ ଟାଟୁ। ମାତ୍ର ଦୀପବୀର ପ୍ରଶଂସକଙ୍କ ପାଇଁ ଖୁସି ଖବର। ବିବାହ ପରେ ଦୀପିକା ତାଙ୍କ ବେକରୁ ଆର୍‌କେ ଟାଟୁକୁ ହଟାଇ ଦେଇଛନ୍ତି, ଯାହା ଏବେ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ପାଲଟିଛି। ତେବେ ଦୀପିକା ମେକ୍‌-ଅପ୍‌ ଦେଇ ଟାଟୁକୁ ହଟାଇଛନ୍ତି ବୋଲି କେହି କେହି କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe