‘ପଦ୍ମାବତୀ’ର ସଫଳତା ପାଇଁ ଦୀପିକା ଦେଲେ ପାର୍ଟି, ନଜର ଆସିଲେ ଅନେକ କଳକାର!

Advertisment
‘ପଦ୍ମାବତୀ’ର ସଫଳତା ପାଇଁ ଦୀପିକା ଦେଲେ ପାର୍ଟି, ନଜର ଆସିଲେ ଅନେକ କଳକାର!

ମୁମ୍ବାଇ: ‘ପଦ୍ମାବତୀ’ର ଟ୍ରେଲର ଏବଂ ଘୁମର ସଂଗୀତର ସଫଳତା ପାଇଁ ଦୀପିକା ପାଦୁକୋନ ନିଜ ମୁମ୍ବାଇସ୍ଥିତ ଘରେଏକ ଗ୍ରାଣ୍ଡ ପାର୍ଟି ଦେଇଛନ୍ତି। ‘ପଦ୍ମାବତୀ’ ଚଳଚ୍ଚିତ୍ର ଡିସେମ୍ବର ୧ ରେ ରିଲିଜ ହେବାକୁ ଥିବା ବେଳେ ଏହାର ଟ୍ରେଲରକୁ ସୋସିଆଲ ମିଡିିଆରେ ଇତି ମଧ୍ୟରେ ୫୦ ଲକ୍ଷ ଦର୍ଶକ ଦେଖିସାରିଛନ୍ତି। ବିଭିନ୍ନ ବର୍ଗରୁ ଚଳଚ୍ଚିତ୍ରଟିକୁ ସମର୍ଥନ ମିଳୁଥିବା ବେଳେ ଅନେକ ବଲିଉଡ କଳାକାର ଏହାକୁ ପ୍ରଶଂସା କରିଛନ୍ତି। ଫିଲ୍ମଟିର ପ୍ରଥମ ସଂଗୀତ ଘୁମରରେ ଦୀପିକା ରାଜସ୍ଥାନୀ ନୃତ୍ୟ କରୁଥିବା ଦେଖାଦେଇଛନ୍ତି। ନିକଟରେ ଶାହାରୁଖ ଖାନଙ୍କ ଜନ୍ମଦିନ ପାର୍ଟିରେ ମଧ୍ୟ ଏହି ବିଷୟରେ ହୋଇଥିଲା ଚର୍ଚ୍ଚା।

ଫିଲ୍ମଟିରେ ଚିତୋଡ଼ର ରାଣୀ ପଦ୍ମାବତୀ ଭୂମିକାରେ ଦୀପିକା ରହିଥିବା ବେଳେ , ରାଜା ରାଓ୍ଵଲ ରତନ ଭୂମିକାରେ ଦେଖା ଦେବେ ସାହିଦ କପୁର ଏବଂ ରଣବୀର ସିଂ ଦେଖାଦେବେ ଆଲୁଦିନ ଖିଲ୍ଲୀଙ୍କ ଭୂମିକାରେ। ଏହାର ନିର୍ଦ୍ଧେଶନା ଦେଇଛନ୍ତି ସଞ୍ଜୟଲୀଲା ଭଂସାଲି।

publive-image

ପାର୍ଟିରେ ବଲିଉଡ କଳାକାର ରଣବୀର ସିଂଙ୍କ ସମେତ ସଞ୍ଜୟଲୀଲା ଭଂସାଲି, କରଣ ଜୋହର , ସିଦ୍ଧାର୍ଥ ମଳହୋତ୍ରା, ଜାନଭୀ କପୁର ,ସାରା ଅଲ୍ଲୀ ଖାଁ , ସୋନାକ୍ଷୀ ସିହ୍ନା ,ଆଲିଆ ଭଟ୍ଟ, ଆଦିତ୍ୟ ରଏ କପୁର, ଇସାନ ଖଟ୍ଟର , ପୁନୀତ ମଲହୋତ୍ରା ଆଦି ଦେଖା ଦେଇଥିଲେ। ତେବେ ସାହିଦ କପୁର ସହରରେ ନଥିବାରୁ ସେ ଏହି ପାର୍ଟିକୁ ଆସି ନଥିଲେ।

ଏବେ କିଛି ଦିନ ଆଗରୁ ରଣବୀର ଓ ଦୀପିକାଙ୍କର ବ୍ରେକଅପ ବିଷୟରେ ସୋସିଆଲ ମିଡିଆରେ ଖବର ଆସିଥିବା ବେଳେ , ପାର୍ଟିରେ ବହୁତ ରକିଙ୍ଗ ମୋଡରେ ଦେଖା ଦେଇଥିଲେ ରଣବୀର। ତେବେ ଏହି ପାର୍ଟିର ଫୋଟରେ ସୋସିଆଲ ମିଡିଆର ପରିବେଶ ରହିଛି ଗରମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe