କଟ୍ରିନାଙ୍କୁ ବିବାହ ଭୋଜିରେ ଡାକିବେ ନାହିଁ ଦୀପିକା!

Advertisment
କଟ୍ରିନାଙ୍କୁ ବିବାହ ଭୋଜିରେ ଡାକିବେ ନାହିଁ ଦୀପିକା!

ନୂଆଦିଲ୍ଲୀ: ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ବିବାହ ପରେ ବଲିଉଡର ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ବିବାହକୁ ନେଇ ଜୋରସୋର ଚର୍ଚ୍ଚାରେ ଚାଲିଛି। ଗତ କିଛି ଦିନ ହେବ ଏହି ଯୋଡି ଶ୍ରୀଲଙ୍କାରେ ଛୁଟି କଟାଉଥିଲା, ସେହି ସମୟରେ ଦୁହେଁ ନିର୍ବନ୍ଧ କରିବେ ବୋଲି ଏକ ଖବର ପ୍ରକାଶ ପାଇଥିଲା। କିନ୍ତୁ ଏଭଳି କିଛି ହେବାର ଦେଖିବାକୁ ମିଳିଲା ନାହିଁ।

publive-image

ଦୀପିକା ଓ ରଣବୀର ଯେବେବି ବିବାହ କରିବେ ସେ ସମ୍ପର୍କରେ ସମସ୍ତେ ତ ନିଶ୍ଚୟ ଜାଣିବେ। କିନ୍ତୁ ଏମାନଙ୍କ ବିବାହକୁ ନେଇ ଆଉ ଏକ ଖବର ଶୁଣିବାକୁ ମିଳିଛି କି, ବିବାହ ଭୋଜିରେ ଦୀପିକା କଟ୍ରିନାଙ୍କୁ ନିମନ୍ତ୍ରଣ କରିବେ ନାହିଁ । ଏହି କଥା ଦୀପିକା ନିଜେ କହିଛନ୍ତି।

publive-image

ଦୀପିକା ନିଜ ଭଉଣୀ ଅନିଶା ପାଦୁକୋନ୍‌ଙ୍କ ସହିତ ଏକ ଚାଟ ସୋ’ ବିଏଫଏଫକୁ ଯାଇଥିଲେ। ସେଠାରେ ଏକ ସେଗମେଣ୍ଟରେ ଯେତେବେଳେ ସୋ’ର ଉପସ୍ଥାକ ନେହା ଧୁପିଆ ଦୀପିକାଙ୍କୁ ପ୍ରଶ୍ନ କରି କହିଥିଲେ, କ’ଣ ତୁମର ବିବାହ ଭୋଜି ତାଲିକାରେ କଟ୍ରିନାଙ୍କ ନାମ ରହିବ? ଦୀପିକା ଆକସ୍ମିକ ଭାବେ ନା ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe