Times of India
ଏବେ ଦୀପିକା ପାଦୁକୋନ୍ଙ୍କୁ ନୂଆ ଚଳଚ୍ଚିତ୍ର ‘ଗେହରିୟାଁ’ରେ ଦେଖିବାକୁ ମିଳୁଛି। ଏଥିରେ ତାଙ୍କର ଗୁରତ୍ବପୂର୍ଣ୍ଣ ଭୂମିକା ରହିଛି। ଏକ ସାକ୍ଷାତକାରରେ ଦୀପିକା କହିଛନ୍ତି, କ୍ୟାରିୟରରେ ପ୍ରଥମ ଥର ପାଇଁ ତାଙ୍କୁ ସଲମାନ୍ ଖାନ୍ ଏହି ଫିଲ୍ମରେ ଅଭିନୟ ପାଇଁ ଅଫର୍ ଦେଇଛନ୍ତି। ‘ଗେହରାଇୟାଁ’ ଚଳଚ୍ଚିତ୍ର ସମ୍ପର୍କରେ ପ୍ରଶ୍ନ ହେବାରୁ ଦୀପିକା କହିଛନ୍ତି ସଲମାନ୍ ଓ ମୋ’ ଭିତରେ ସବୁବେଳେ ସୁସମ୍ପର୍କ ରହିଆସିଛି। ହେଲେ ତାଙ୍କ ସିନେମାରେ କାମ କରିବାର ସୁଯୋଗ ଏପର୍ଯ୍ୟନ୍ତ ମିଳି ନ ଥିଲା। ସେ ମୋତେ ପ୍ରଥମ ଥର ପାଇଁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ମୁଁ ମଡେଲିଂରୁ ଅଭିନୟ କ୍ଷେତ୍ରକୁ ଆସିଛି ସତ, ଅନ୍ୟମାନେ ମୋ ଅଭିନୟ ପ୍ରତିଭାକୁ ପ୍ରୋତ୍ସାହିତ କରିଥିଲେ ମଧ୍ୟ ବଲିଉଡ୍ର ସୁପର୍ହିରୋ ସଲମାନ୍ ଆଜି ପର୍ଯ୍ୟନ୍ତ ମୋ’ ପ୍ରତି ଗୁରୁତ୍ବ ଦେଇ ନ ଥିଲେ। ମୋତେ ଲାଗୁଛି ସଲମାନ୍ ବୋଧେ ‘ପଦ୍ମାବତ’ ଦେଖିବା ପରେ ମୋ ଅଭିନୟକୁ ପରଖିଛନ୍ତି। ‘ଓମ୍ ଶାନ୍ତି ଓମ୍’ରୁ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ଦୀପିକା ପ୍ରଥମେ ସୁପରହିରୋ ଶାହରୁଖଙ୍କ ବିପକ୍ଷର ନାୟିକା ସାଜିଥିଲେ। ଅନେକ ସୁପରହିଟ୍ ସିନେମାର ନାୟିକା ସାଜିବା ପରେ ଏବେ ପୁଣି ଦୀପିକାଙ୍କୁ ‘ପଠାନ୍’ ଚଳଚ୍ଚିତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
Follow Us