କାର୍ତିକ ଆର୍ଯ୍ୟାନଙ୍କ ସହ ଫିଲ୍ମ କରିବାକୁ ଚାହାନ୍ତି ଦୀପିକା

Advertisment
କାର୍ତିକ ଆର୍ଯ୍ୟାନଙ୍କ ସହ ଫିଲ୍ମ କରିବାକୁ ଚାହାନ୍ତି ଦୀପିକା

Hindustan Times

ଉଦୀୟମାନ ତାରକା କାର୍ତିକ ଆର୍ଯ୍ୟାନଙ୍କ ସହ ଫିଲ୍ମ କରିବାକୁ ଚାହାନ୍ତି ବଲିଉଡ୍ ରାଣୀ ଦୀପିକା ପାଦୁକୋନ। ଗତକାଲି କାର୍ତିକଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ଶୁଭେଚ୍ଛା ଜଣ‌ାଇବା ସହ ଦୀପିକା ସାମାଜିକ ଗଣମାଧ୍ୟମରେ ଏହା ଲେଖିଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ଦୀପିକା କାର୍ତ୍ତିକଙ୍କୁ ‌ଲେଖିଛନ୍ତି, ଜନ୍ମ ଦିନର ଶୁଭେଚ୍ଛା। ଚଳିତ ବର୍ଷ ଆମେ ଏକାସାଙ୍ଗେ ଏକ କୌତୁକିଆ ଚଳଚ୍ଚିତ୍ର ସାଇନ୍‌ କରିପାରିବା କି? ଏହାର ପ୍ରତିକ୍ରିୟାରେ କାର୍ତିକ ସଙ୍ଗେସଙ୍ଗେ ଲେଖିଛନ୍ତି, ଆପଣ ଖାଲି ତାରିଖ ଠିକ୍‌ କରି ରଖନ୍ତୁ। କୌତୁକ ଓ ଚଳଚ୍ଚିତ୍ର ମୁଁ ନେଇ ଆସିବି। ଏହା ପ୍ରଥମ ଥର ନୁହେଁ କାର୍ତିକ ଆଗରୁ ବି ଦୀପିକାଙ୍କ ସହ ଫଟୋ କୋଲାଜ୍‌ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିବା ସହ ଲେଖିଥିଲେ, ‌ଆମ ଦୁଇ ଜଣକୁ ନେଇ ଚଳଚ୍ଚିତ୍ର କରିବା ପାଇଁ କୌଣସି ନିର୍ଦ୍ଦେଶକଙ୍କ ଦମ୍‌ ଅଛି କି? ତେବେ ଉଭୟଙ୍କର ଇଚ୍ଛା ଦେଖି ଲାଗୁଛି ଖୁବ୍‌ ଶୀଘ୍ର ଏହି ଯୋଡ଼ିକୁ ପରଦାରେ ଦେଖିବାକୁ ମିଳିପାରେ। ୱାକ୍‌ ଫଣ୍ଟ୍‌ କଥା କହିଲେ, ଦୀପିକା ଏବେ ଶାହରୁଖ୍‌ଙ୍କ ସହ ‘ପଠାନ୍‌’ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି। ରଣବୀର ସିଂହଙ୍କ ସହ ତାଙ୍କ ଚଳଚ୍ଚିତ୍ର ‘୮୩’ ଏବେ ବି ମୁକ୍ତିଲାଭ ଅପେକ୍ଷାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe