ଆକ୍ସନ କରିବେ ଦୀପିକା

ଆକ୍ସନ କରିବେ ଦୀପିକା

Deepika will action

ବଲିଉଡ୍‌ରେ ଏବେ ଆକ୍ସନ ଚଳଚ୍ଚିତ୍ର ଦର୍ଶକଙ୍କ ଚାହିଦାରେ ରହିଥିବା ବେଳେ ଅଭିନେତ୍ରୀମାନେ ବି ଆକ୍ସନ୍‌ କରିବାକୁ ମନ ବଳାଇଲେଣି। କଠିନ ପରିଶ୍ରମ ସହ ପ୍ରଶିକ୍ଷକଙ୍କଠାରୁ ତାଲିମ୍‌ ନେଇ ନିଜକୁ ଆକ୍ସନ କ୍ବିନ୍‌ ଭାବେ ଗଢ଼ିବାକୁ ଚାହୁଛନ୍ତି ବଡ଼ ବଡ଼ ଅଭିନେତ୍ରୀ। ଏହି ଧାରାରେ ଏବେ ଯୋଡ଼ି ହୋଇଛନ୍ତି ବଲିଉଡ୍‌ ରାଣୀ ଦୀପିକା ପାଦୁକୋନ୍‌। ‘ରାମଲୀଲା’, ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍‌’ ଭଳି ଚଳଚ୍ଚିତ୍ର କରି ନିଜ ଅଭିନୟର ଦକ୍ଷତା ଦେଖାଇଥିବା ଦୀପିକା ଏବେ ଆକ୍ସନ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି।

ଶାହରୁଖ୍‌ ଖାନ୍‌ଙ୍କ ‘ପଠାନ୍‌’ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଛି। ଏଥିରେ ଶାହରୁଖ୍‌ଙ୍କ ବିପକ୍ଷରେ ଦୀପିକା ନଜର ଆସିବେ। ମିଳିଥିବା ଖବର ଅନୁସାରେ, ଏହି ଚଳଚ୍ଚିତ୍ରରେ ଶାହରୁଖ୍‌ଙ୍କ ଭଳି ଦୀପିକାଙ୍କ ଚରିତ୍ରକୁ ବି ସମାନ ଗୁରୁତ୍ୱ ମିଳିବ। ଦୀପିକା ଏଥିରେ ଜଣେ ଗୁଇନ୍ଦା ଏଜେଣ୍ଟ ଭାବେ ନଜର ଆସିବେ। ତାଙ୍କୁ ଏଥିରେ ଅନେକ ଆକ୍ସନ୍‌ ସିନ୍‌‌ରେ ଦେଖିବାକୁ ଦେଖିବାକୁ ମିଳିବ। ଏହାର ସୁଟିଂକୁ ଦୀପିକା ପର୍ଯ୍ୟାୟକ୍ରମେ ଶେଷ କରିବାକୁ ସ୍ଥିର କରିଛନ୍ତି। ବର୍ତ୍ତମାନ ସେ ଶକୁନ୍‌ ବାତ୍ରାଙ୍କ ରୋମାଣ୍ଟିକ୍‌ କମେଡି ଡ୍ରାମା ଚଳଚ୍ଚିତ୍ର ପାଇଁ ସୁଟିଂ କରୁଥିବାରୁ ଶାହରୁଖ୍‌ଙ୍କ ସହ ଅଳ୍ପ କେଇ ଦିନ ସୁଟିଂ କରିବେ। ତା’ ପରେ ଡିସେମ୍ବର ମାସର ତୃତୀୟ ସପ୍ତାହ ବେଳକୁ ଦ୍ୱିତୀୟ ପର୍ଯ୍ୟାୟ ସୁଟିଂ କରିବେ। ସିଦ୍ଧାର୍ଥ ଆନନ୍ଦ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe