ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ପ୍ରଶଂସକଙ୍କ ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଏବେ ଦୀପିକାଙ୍କର ଗର୍ଭର ଦଶମ ମାସ ମଧ୍ୟ ଆରମ୍ଭ ହୋଇଛି। ସେ ତାଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବା ନେଇ ବେଶ୍ ଉତ୍ସାହିତ ଅଛନ୍ତି।
ଫେବୃଆରୀ, ୨୦୨୪ ମାସର ଶେଷ ଦିନରେ, ଏହି ଦମ୍ପତି ସମସ୍ତଙ୍କୁ ଖୁସି ଖବର ମିଳିଥିଲା ଯେ ଦୀପିକା ଗର୍ଭବତୀ ଅଛନ୍ତି। ସେପ୍ଟେମ୍ବରରେ ତାଙ୍କର ଡେଲିଭରି ହେବ। ଏବେ ସେହି ତାରିଖ ମଧ୍ୟ ଆଗକୁ ଆସିଛି, ଯାହା ସହିତ ରଣବୀର କପୁରଙ୍କର ସମ୍ପର୍କ ଅଛି।
ଦୀପିକା ପାଦୁକୋନଙ୍କ ଗର୍ଭବତୀ ହେବା ଖବର ଶୁଣି ସମସ୍ତେ ଖୁସି ହୋଇଥିଲେ। ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। କିନ୍ତୁ ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବାକୁ ଲାଗିଥିଲେ। ଲୋକେ କହିଥିଲେ ଯେ ସେ ସରୋଗେସି ମାଧ୍ୟମରେ ମା ହେବାକୁ ଯାଉଛନ୍ତି। ତାଙ୍କର ଛୁଆ ନକଲି ।
ତେବେ ଅଭିନେତ୍ରୀ ଏବଂ ଅଭିନେତାଙ୍କ ଠାରୁ ଏସବୁ ଉପରେ କୌଣସି ପ୍ରତିକ୍ରିୟା ମିଳି ନ ଥିଲା। ଏସବୁ ମଧ୍ୟରେ ଅଭିନେତ୍ରୀଙ୍କ ପ୍ରସବ ସମୟ ମଧ୍ୟ ପାଖେଇ ଆସିଛି। କୁହାଯାଉଛି ଯେ ବିବାହର ୬ ବର୍ଷ ପରେ ୨୮ ସେପ୍ଟେମ୍ବର ଏହି ଦମ୍ପତି ପିତାମାତା ହେବେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୀପିକାଙ୍କ ପ୍ରସବ ତାରିଖ ୨୮ ସେପ୍ଟେମ୍ବର ବୋଲି କୁହାଯାଉଛି। ସେ ଦକ୍ଷିଣ ମୁମ୍ବାଇର ଏକ ଡାକ୍ତରଖାନାରେ ଶିଶୁକୁ ଜନ୍ମ ଦେବେ। ରଣବୀର କପୁରଙ୍କ ସହ ଏହି ତାରିଖର ଏକ ସମ୍ପର୍କ ଅଛି କାରଣ ଅଭିନେତା ସେହି ଦିନ ଜନ୍ମ ହୋଇଥିଲେ। ଅର୍ଥାତ୍ ରଣବୀରଙ୍କ ଜନ୍ମଦିନ ୨୮ ସେପ୍ଟେମ୍ବର।
ଅଧିକ ପଢ଼ନ୍ତୁ: କାମାକ୍ଷା ମନ୍ଦିରରେ ବଳିପ୍ରଥା ବନ୍ଦ ହେବ କି? ବିଜେପିକୁ ଘେରିଲେ ସହଯୋଗୀ
ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିନେତ୍ରୀ ମାତୃତ୍ୱ ଛୁଟିରେ ରହିବେ ଏବଂ ମାର୍ଚ୍ଚ ୨୦୨୫ରୁ କାମ ଆରମ୍ଭ କରିବେ। ଶିଶୁକୁ ପୂର୍ଣ୍ଣ ସମୟ ଦେବ। ମ୍ପତି ଘରର ପ୍ରଥମ ନୂଆ ଅତିଥିଙ୍କୁ ସ୍ବାଗତ କରିବା ଲାଗି ମାନସିକସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା ସହିତ ରଣବୀରଙ୍କ ପରିବାର ସଦସ୍ୟ ମଧ୍ୟ ଏନେଇ ବେଶ୍ ଉତ୍ସାହିତ ଅଛନ୍ତି।
ଅଧିକ ପଢ଼ନ୍ତୁ: ନରଖାଦକ ଗଧିଆ ସନ୍ଧାନ: ସର୍ଚ୍ଚ ଅପରେସନରେ ୫୫ଟିମ୍ର ୨୦୦ ଯବାନ