ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହରାଇଚରେ ନରଖାଦକ ଗଧିଆଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ ଚାଲିଛି। ଗଧିଆଙ୍କୁ ଧରିବା ପାଇଁ ଡ୍ରୋନ୍ ବ୍ୟବହାର କରି ପୋଲିସ ଏବଂ ଜିଲ୍ଲା ଜଙ୍ଗଲ ବିଭାଗ ସର୍ଚ୍ଚ ଅପରେସନ କରୁଛି। ବାହରାଇଚ ଡିଭିଜନ୍ ସର୍କଲ୍ ଅଧିକାରୀ ଅଭିଷେକ ସିଂ କହିଛନ୍ତି ଯେ ଜିଲ୍ଲା ବନ ଅଧିକାରୀଙ୍କ ସହ ପୁରା ଟିମ୍ ଗଧିଆକୁ ଧରିବା ପାଇଁ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି।

Advertisment

ସେ କହିଛନ୍ତି ଯେ ଡ୍ରୋନ୍ ମାଧ୍ୟମରେ ଗଧିଆର ଚିହ୍ନ ଦେଖିବାକୁ ମିଳିଥିଲା। ଆମେ ଏହି ଅଞ୍ଚଳରେ ସେମାନଙ୍କର ଉପସ୍ଥିତି ଲକ୍ଷ୍ୟ କରିଛୁ। ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଉଭୟ ଗଧିଆ ଧରାଯିବ। ସୂଚନାଯୋଗ୍ୟ,ଗତ କିଛି ମାସ ଧରି ବାହରାଇଚରେ ଗଧିଆମାନଙ୍କ ଆତଙ୍କ ଦେଖିବାକୁ ମିଳିଛି। ମନୁଷ୍ୟ ଖାଉଥିବା ଗଧିଆଙ୍କ ଯୋଗୁ ଏହି ଅଞ୍ଚଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ଏପର୍ଯ୍ୟନ୍ତ ଚାରିଟି ଗଧିଆକୁ ଧରିଥିବାବେଳେ ଆଉ ଦୁଇଟି ଗଧିଆକୁ ଧରିବା ପାଇଁ ଖୋଜା ଚାଲିଛି।

ଗଧିଆଙ୍କୁ  ଧରିବା ପାଇଁ  ୨୦୦ ଯବାନ ନିୟୋଜିତ ହୋଇଛନ୍ତି। ଏହା ସହିତ ୫୭ ଟିମ୍ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେଥିମଧ୍ୟରେ ରାଜସ୍ୱ ବିଭାଗର ୩୨ ଟି ଟିମ୍ ଏବଂ ଜଙ୍ଗଲ ବିଭାଗର ୨୫ଟି ଟିମ୍ ନିୟୋଜିତ ହୋଇଛନ୍ତି।

 ଦୁଇ ଗଧିଆକୁ ଧରିବା ପାଇଁ ଦଳଙ୍କ ଦ୍ୱାରା ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ସଫଳତା ହାସଲ ହୋଇନାହିଁ। ଗତ ୪୮ ଦିନ ଧରି ଗଧିଆ ଧରିବା ପାଇଁ ପ୍ରଶାସନର ଅଭିଯାନ ଚାଲିଛି।

ରିପୋର୍ଟ ଅନୁଯାୟୀ, ମହସି ତହସିଲର ହରଦି ଏବଂ ଖୈରିଘାଟ ଅଞ୍ଚଳର ପ୍ରାୟ ୫୦ଟି ଗାଁ ପ୍ରଭାବିତ ହୋଇଛି। ପ୍ରଶାସନ ଏପର୍ଯ୍ୟନ୍ତ ୪ଟି ଗଧିଆକୁ ଧରିଛି। ଅବଶିଷ୍ଟ ଦୁଇଟି ଚିହ୍ନିତ ଗଧିଆର ସନ୍ଧାନ ଜାରି ରହିଛି। ଏଥିପାଇଁ ତିନୋଟି ଥର୍ମାଲ୍ ଡ୍ରୋନ୍, ଚାରୋଟି କେଜ୍, ଅଧ ଡର୍ଜନ ଜାଲ୍ ଏବଂ ୬ଟି ଟ୍ରାପିଙ୍ଗ୍ କ୍ୟାମେରା ଲଗାଯାଇଛି।

ଅଧିକ ପଢ଼ନ୍ତୁ: ଗେଟୱେ ଅଫ୍ ଇଣ୍ଡିଆ ଦେଖି ପାରିବେନି ପର୍ଯ୍ୟଟକ!: ଏହା ହେଉଛି ବଡ଼ କାରଣ

 ଗଧିଆ ପିଲାଟିର ବେକରେ ଧରି ପଳାଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ପିଲାଟିର ଚିତ୍କାର ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ। ଶବ୍ଦ ଯୋଗୁଁ ଗଧିଆ ଚାଷ ଜମିକୁ ଦୌଡ଼ି ପଳାଇଥିଲା। ନୂଆ ଗଧିଆ ଆକ୍ରମଣ ଯୋଗୁ ଏହି ଅଞ୍ଚଳରେ ପୁଣି ଥରେ ଆତଙ୍କ ଖେଳିଯାଇଛି।

ଅଧିକ ପଢ଼ନ୍ତୁ: ଜେଡିୟୁରେ ଫାଟ: ନୀତୀଶଙ୍କ ଘନିଷ୍ଠ ସହଯୋଗୀ କେସି ତ୍ୟାଗୀଙ୍କ ଇସ୍ତଫା