Mangalorean.com
ହିନ୍ଦୀ ଚଳଚ୍ଚିତ୍ରର ଅନ୍ୟତମ ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ୍ ‘ଧୁମ୍-୪’ରେ ଖଳାନାୟିକା ଚରିତ୍ରରେ ନଜର ଆସିବେ। ଏଥିପାଇଁ ୟଶରାଜ୍ ବ୍ୟାନର୍ ପକ୍ଷରୁ ଦୀପିକାଙ୍କ ସହ କଥାବାର୍ତ୍ତା ସରିଛି। ଚଳିତବର୍ଷ ଶେଷରେ ଚଳଚ୍ଚିତ୍ର ସୁଟିଂ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି। ଧୁମ୍ ପ୍ରଥମ ଭାଗରେ ଜନ୍ ଆବ୍ରାହାମ୍ ଚୋର ଭୂମିକାରେ ଅଭିନୟ କରିଥିବା ବେଳେ ଦ୍ବିତୀୟ ଭାଗରେ ହ୍ରିତିକ ରୋଶନ୍, ତୃତୀୟ ଭାଗରେ ଅମୀର ଖାନ ଚୋର ଚରିତ୍ରରେ ନଜରରେ ଆସିଥିଲେ। ତେବେ ଚତୁର୍ଥ ଭାଗରେ ଜଣେ ମହିଳାଙ୍କୁ ଷ୍ଟାଇଲିସ୍ ଚୋର ଭାବେ ବଛାଯିବାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଉଛି ବୋଲି ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଛି।
Follow Us