ଏକାଠି ପରଦାରେ ନଜର ଆସିବେ ପ୍ରଭାସ-ଦୀପିକା

ଏକାଠି ପରଦାରେ ନଜର ଆସିବେ ପ୍ରଭାସ-ଦୀପିକା

photo-dna india

ମୁମ୍ବାଇ: ବାହୁବଲୀ ଚଳଚ୍ଚିତ୍ର ସହିତ ନିଜର ବିଶେଷ ପରିଚୟ ସୃଷ୍ଟି କରିଥିବା ଅଭିନେତା ପ୍ରଭାସ ବର୍ତ୍ତମାନ ବଲିଉଡ ଅଭିନେତ୍ରୀମାନଙ୍କ ସହ ଫିଲ୍ମ କରୁଛନ୍ତି। ଏବେ ଖବର ଆସୁଛି ଯେ ଶ୍ରଦ୍ଧା କପୁର, ପୂଜା ହେଗଡେଙ୍କ ସହ ଫିଲ୍ମ କରିଥିବା ପ୍ରଭାସ ଖୁବ୍ ଶୀଘ୍ର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ। କୁହାଯାଉଛି ଯେ ଦୀପିକା ପାଦୁକୋନ ଏବଂ ପ୍ରଭାସ ସେମାନଙ୍କ ଆଗାମୀ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି |


ଫିଲ୍ମଟି ତେଲୁଗୁ ଭାଷାରେ ନିର୍ମାଣ ହେବାକୁ ଥିବାବେଳେ ଯାହାକୁ ହିନ୍ଦୀ ଏବଂ ତାମିଲ ଭାଷାରେ ମଧ୍ୟ ଡବିଙ୍ଗ କରାଯିବ। ଫିଲ୍ମର ନାମ ଏବଂ ଅନ୍ୟ କାଷ୍ଟ ବିଷୟରେ ଅଧିକ ସୂଚନା ପ୍ରକାଶ ପାଇନାହିଁ। ଏଠାରେ ସୂଚନା ଥାଉ କି ସାହୋ ଚଳଚ୍ଚିତ୍ରର ପ୍ରମୋସନ ସମୟରେ ପ୍ରଭାସ ଦି କପିଲ ଶର୍ମା ସୋ’ର ସେଟରେ ପହଞ୍ଚିଥିଲେ ଯେଉଁଠାରେ ସେ ତାଙ୍କର ପ୍ରିୟ ହିରୋଇନଙ୍କ ବିଷୟରେ କହିଥିଲେ।

ଏହି ସମୟରେ ଅର୍ଚ୍ଚନା ପଚାରିଥିଲେ ତୁମର ପ୍ରିୟ ବଲିଉଡ ଫିଲ୍ମ କଣ ? ପ୍ରଭାସ ଆମୀର ଖାନଙ୍କ 'ଦଙ୍ଗଲ' ଏବଂ ଅମିତାଭଙ୍କ 'ଶୋଲେ' ନାମ ନେଇଥିଲେ। ଏହା ପରେ ଯେତେବେଳେ ଅର୍ଚ୍ଚନା ବଲିଉଡର ପ୍ରିୟ ଅଭିନେତ୍ରୀଙ୍କ ନାମ ପଚାରିଥିଲେ, ପ୍ରଭାସ କହିଥିଲେ ଯେ, ଦୀପିକା ପାଦୁକୋନ, ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫ ତାଙ୍କର ଖୁବ ପସନ୍ଦ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe