ଦୀପିକାଙ୍କ ମନକଥା

Advertisment
ସଲମାନଙ୍କୁ ପ୍ରଶଂସା କଲେ ଦୀପିକା

Times of India

ନୂଆ ଚଳଚ୍ଚିତ୍ର ‘ହଉ ହଉ ହେଇୁ ‘ଛପାକ୍’ ଚଳଚ୍ଚିତ୍ରଟି ଫ୍ଲପ୍ ହେବା ପରେ ଦୀପିକା ଆଉ ପରଦାକୁ ଆସିବେ ନା ନାହିଁ, ଦର୍ଶକଙ୍କ ଭିତରେ ଦ୍ବଦ୍ବ ଉପୁଜିଥିଲା। ହେଲେ ଏଇ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେଆର୍ ପରସ୍କାର ପ୍ରଦାନ କରାଯାଇଥିଲା। ସ୍ବାମୀ ରଣବୀରଙ୍କ ସହ ‘୮୩’ ଚଳଚ୍ଚିତ୍ର ଏବଂ ମୁକ୍ତିଲାଭ ଅପେକ୍ଷାରେ ଥିବା ଗେହରିୟାଁ, ସର୍କସ, ପଠାନ୍ ଆଦି ଚଳଚ୍ଚିତ୍ରରେ ସେ ପ୍ରମୁଖ ଭୂମିକାରେ ଅଛନ୍ତି। ତାଙ୍କ ଖୁସି ତ କହିଲେ ନ ସରେ, ହେଲେ ଏବେ ସେ ଯେଉଁ ଖୁସି ଜାହିର କରିଛନ୍ତି ତାହା ଚର୍ଚ୍ଚାକୁ ଆସିଛି।

ନିଜ ଜନ୍ମଦିନ ପାଳନ ଅବସରରେ ଦୀପିକା କହିଛନ୍ତି ‘ମୁଁ ପଛକଥା ଭୁଲିଯିବାକୁ ଚାହୁଛି, ମୁଁ ଅତୀତରେ କିଏ ଥିଲି ସେକଥା କହିବାକୁ ଚାହୁନି, ମୁଁ ଆଶା କରୁଛି ମୋର ଉନ୍ନତି ହେଇଛି, ମୋ ପ୍ରତିଭାର ବିକାଶ ହେଇଛି। ଅନ୍ୟମାନଙ୍କ ତୁଳନାରେ ମୋର ବିଶେଷ ପରିବତ୍ବର୍ତ୍ତନ ହେଇଛି। ଲୋ‌କମାନେ ମୋତେ ଭଲପାଇବା ଦେଇଛନ୍ତି, ଗ୍ରହଣ କରିଛନ୍ତି ଏବଂ ମୁଁ ମଧ୍ୟ ସକାରାତ୍ମକ ଭାବନାରେ ଥିବାରୁ ଆଜି ସଫଳତା ପାଇଛି। ଅଭିନୟ ଓ ବ୍ୟକ୍ତିଗତ ଜୀବନରେ ମୁଁ ବୋଧେ ପରମାନନ୍ଦ ଲାଭ କରିଛି।’ ଦୀପିକା ଏବେ ୩୬ ବର୍ଷ ବୟସରେ ପାଦ ଦେଇଛନ୍ତି। ଏପାଖେ ସ୍ବାମୀ ରଣବୀର ମଧ୍ୟ ପତ୍ନୀ ଦୀପିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଉଭୟ ସମୁଦ୍ର ପାଣିରେ ମଜା ନେଉଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ କରି ରଣବୀର ଚଳଚ୍ଚିତ୍ର ‘୮୩’ର ପ୍ରୋମୋସନ୍ କରିଛନ୍ତି। ରଣବୀର ଏହି ଫଟୋ ତଳେ ଲେଖିଛନ୍ତି ମାଇଁ ବେବି ଗେହରିୟାଁ ତକ୍ ଯାଓ।’ କିଛିଦିନ ଭିତରେ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଯୋଡ଼ି ସାଜିଥିବା ଦୀପିକା ଅଭିନୀତ ଚଳଚ୍ଚିତ୍ର ‘ଗେହରିୟାଁ’ ମୁକ୍ତିଲାଭ କରିବ। ସକୁନ ବାତ୍ରାଙ୍କ ନିର୍ଦ୍ଦେଶିତ ଏଇ ଚଳଚ୍ଚିତ୍ରରେ ଅନନ୍ୟା ପାଣ୍ଡେ ଓ ଧରିୟା କାରୱାଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଅବଶ୍ୟ ଏହା ପ୍ରେକ୍ଷାଳୟରେ ନୁହେଁ ଆମାଜନ୍ ପ୍ରାଇମ୍ ଭିଡିଓ ଜରିଆରେ ଦର୍ଶକ ଦେଖିବାକୁ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe