‘ଦେଖା ହେଲା ପ୍ରେମ ହେଲା’ର ଅଡିଓ ରିଲିଜ୍‌

Advertisment
‘ଦେଖା ହେଲା ପ୍ରେମ ହେଲା’ର ଅଡିଓ ରିଲିଜ୍‌

ଭୁବନେଶ୍ବର : ଆର୍‌.ଆର୍‌ ଇଭେଣ୍ଟସ୍‌ ନିବେଦିତ ଏବ˚ ରମେଶ ବାରିକ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ର ଅଡିଓ ରିଲିଜ୍‌ ଆଜି ଭୁବନେଶ୍ବରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଇଣ୍ତିଆନ ଅଏଲ୍‌ର ପି.ସି ଚୌବେ, ଅଲିମ୍ପିଆନ୍‌ ଦୂତି ଚାନ୍ଦ, ଓଡ଼ିଶା ଖଣି ନିଗମର ଯୁଗ୍ମ ନିର୍ଦ୍ଦେଶକ ୟୁ.ସି ଜେନା, ବଲିଉଡ୍‌ ଅଭିନେତା ଭିସାଲ କୋଟିଆନ, ଇଣ୍ତିଆ ଜିଏସ୍‌ଟି ଆଣ୍ତ କଷ୍ଟମସ୍‌ର ପୂର୍ବତନ ସଦସ୍ୟ ସୁଶାନ୍ତ ପଣ୍ତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଚଳଚ୍ଚିତ୍ର ମୁଖ୍ୟ କଳାକାର ଅଭିଷେକ, ମଣ୍ଟୁ ଓ ରାଗିଣୀଙ୍କ ସହ ସଙ୍ଗୀତ ନିର୍ଦ୍ଦେଶକ ଏସ୍‌. ଚନ୍ଦ୍ରକାନ୍ତ, ନିର୍ଦ୍ଦେଶକ ଟି. ଗଣେଶ, ହ୍ୟୁମାନ ସାଗର, ସ୍ବୟ˚ପ୍ରଭାସ, ସତ୍ୟଜିତ, ବିଷ୍ଣୁମୋହନ, ଦୀପ୍ତିରେଖା ଏବ˚ ଜ୍ୟୋତିର୍ମୟୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଆଗାମୀ ଚଳଚ୍ଚିତ୍ର ‘ବ୍ରେକ୍‌ଅପ୍‌ ଲଭ’ର ଟାଇଟଲ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe