‘ବଧାଇ ହୋ’ ଚଳଚ୍ଚିତ୍ରରୁ ଧୂମପାନ ଦୃଶ୍ୟ କାଟିବା ପାଇଁ ନୋଟିସ୍‌ ଜାରି କଲେ ଦିଲ୍ଲୀ ସରକାର

Advertisment
‘ବଧାଇ ହୋ’ ଚଳଚ୍ଚିତ୍ରରୁ ଧୂମପାନ ଦୃଶ୍ୟ କାଟିବା ପାଇଁ ନୋଟିସ୍‌ ଜାରି କଲେ ଦିଲ୍ଲୀ ସରକାର

ନୂଆଦିଲ୍ଳୀ: ବଲିଉଡ୍‌ ଚଳଚ୍ଚିତ୍ର ‘ବଧାଇ ହୋ’ର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଆଦିଙ୍କୁ ଦିଲ୍ଲୀ ସରକାର ଏକ ଆଇନ୍‌ ନୋଟିସ୍‌ ଜାରି କରିଛନ୍ତି। ଚଳଚ୍ଚିତ୍ରରେ ଥିବା ଧୂମପାନ ଦୃଶ୍ୟକୁ ହଟାଇବା ପାଇଁ ଦାବି କରି ଏହି ନୋଟିସ୍‌ ଜାରି କରାଯାଇଛି।

ଅତିରିକ୍ତ ଅଧିକାରୀ(ଲୋକ ସ୍ୱାସ୍ଥ୍ୟ) ଓ ରାଜ୍ୟ ତବାକୁ ନିୟନ୍ତ୍ରଣ ଅଧିକାରୀ ଏସ୍‌କେ ଅରୋରା କହିଛନ୍ତି କି ‘ବଧାଇ ହୋ ଚଳଚ୍ଚିତ୍ରରେ ଗୁଡ଼ାଏ ଧୂମପାନ ଦୃଶ୍ୟ ରହିଛି। ଅନେକ ଚରିତ୍ର ଏହି ଚଳଚ୍ଚିତ୍ରରେ ଧୂମପାନ କରୁଥିବାର ଦେଖିବାକୁ ମିଳିଛି। ଏହା ବ୍ୟତୀତ ଟବାକୋ ବ୍ରାଣ୍ଡ୍‌କୁ ପ୍ରମୋଟ୍‌ କରୁଥିବାର ମଧ୍ୟ ଦେଖାଯାଇଛି ଚଳଚ୍ଚିତ୍ରଟିରେ। ଟବାକୋ ଦୋକାନ ପ୍ରଦର୍ଶିତ ହେଉଥିବା ଦୃଶ୍ୟଗୁଡ଼ିକ ଚଳଚ୍ଚିତ୍ରାର ବାରମ୍ବାର ଦେଖିବାକୁ ମିଳିଛି। ଏହି ସବୁ କଥାକୁ ଭିତ୍ତିକରି ଆମେ ଆଇନ୍‌ ନୋଟିସ୍‌ ଜାରି କରିଛୁ।’

ଦିଲ୍ଳୀର ସ୍ୱାସ୍ଥ୍ୟ ବିଭାଗ ବଲିଉଡ୍‌କୁ ଏପରି ପ୍ରଥମ ଥର ନୋଟିସ୍‌ ଜାରି କରିନାହିଁ। ପୂର୍ବରୁ ମଧ୍ୟ ଅନେକ ଥର ଏପରି ନୋଟିସ୍‌ ଜାରି ହୋଇଥିବା ସୂଚନା ରହିଛି। ପୂର୍ବରୁ ଅଜୟ ଦେବଗନ, ଅକ୍ଷୟ କୁମାର ଓ ଅକ୍ଷୟ ଖାନ୍ନ ଆଦିଙ୍କୁ ନୋଟିସ୍‌ ଜାରି କରାଯାଇ ସାରିଛି ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe