ହେଲମେଟ ନଥିବାରୁ ପୁଲିସ ହାତରେ ଧରାପଡ଼ିଲେ ‘ରାବଣ’

Advertisment
ହେଲମେଟ ନଥିବାରୁ ପୁଲିସ ହାତରେ ଧରାପଡ଼ିଲେ ‘ରାବଣ’

ନୂଆଦିଲ୍ଲୀ: ଅଭିନେତା ମୁକେଶ ରିଷି ଚଳିତବର୍ଷ ଦିଲ୍ଲୀର ଲାଲାକିଲ୍ଲା ଠାରେ ଆୟୋଜିତ ହୋଇଥିବା ରାମଲିଲାରେ ରାବଣ ଭୂମିକାରେ ଅଭିନୟ କରୁଥିଲେ। ଶେଷ ଅଭିନୟ ପାଇଁ ସେ ବାଇକ୍‌ରେ ରାବଣ ବେଶ ଧରି ଲାଲାକିଲ୍ଲା ଠାରେ ପହଞ୍ଚିବା ପୂର୍ବରୁ ଦିଲ୍ଲୀ ପୁଲିସ ହାବୁଡରେ ପଡ଼ି ଯାଇଥିଲେ। କାରଣ ପାର୍ବଣ ସମୟ ହେତୁ ରାସ୍ତାରେ ଅନେକ ଅସାମାଜିକ ଯୁବକଙ୍କ କବଜାରେ ଥାଏ। ତେଣୁ ପୁଲିସ ଦଶହରା ଓ ମହରମକୁ ଦୃଷ୍ଟିରେ ରଖି ଗାଡ଼ିର କାଗଜପତ୍ର ସହିତ ହେଲମେଟ ଯାଞ୍ଚ କରୁଥିବା ସମୟରେ ମୁକେଶ ପୁଲିସ ଫାସରେ ପଡ଼ି ଯାଇଥିଲେ। ସାଥୀରେ ହେଲମେଟ ନଥବାରୁ ଦିଲ୍ଲୀ ପୁଲିସ ତାଙ୍କ ଠାରୁ ୧୦୦ଟଙ୍କାର ଚାଲାଣ କାଟି ନେଇଥିଲା।

ସୂଚନାଯୋଗ୍ୟ, ମୁକେଶ ରିଷି ଭାରତୀୟ ସିନେମା ତେଲୁଗୁ, ହିନ୍ଦୀ, ଓଡ଼ିଆ, ଭୋଜପୁରୀ, ମାଲାୟାଲମ, ପଞ୍ଜାବି ଓ ତାମିଲ ଆଦି ଭାଷାରେ ଅଭିନୟ କରିଛନ୍ତି। ସେ ତେଲୁଗୁ ସିନେମାରୁ ଖଳନାୟକ ଭାବେ ୧୯୮୮ମସିହାରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ଇତିମଧ୍ୟରେ ୭୦ରୁ ଊର୍ଧ୍ୱ ହିନ୍ଦୀ ସିନେମାର ଅଭିନୟ କରି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe