ଦିଲ୍ଲୀ ଟାଇମସ ଫ୍ୟାସନ୍‌ ଉଇକ୍‌ରେ ଏହି ବୋଲଡ୍‌ ନାୟିକାଙ୍କ ଜଲଓ୍ଵା

Advertisment
ଦିଲ୍ଲୀ ଟାଇମସ ଫ୍ୟାସନ୍‌ ଉଇକ୍‌ରେ ଏହି ବୋଲଡ୍‌ ନାୟିକାଙ୍କ ଜଲଓ୍ଵା

photo-times of india

ମୁମ୍ବାଇ: ବଲିଉଡର ହଟ୍‌ ଆଣ୍ଡ ବୋଲଡ୍‌ ନାୟିକା ଈଶା ଗୁପ୍ତା ଅଧିକାଂଶ ସମୟରେ ନିଜର ହଟ୍‌ ଇମେଜ୍‌ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ପୁଣି ଏଭଳି ଲୁକରେ ନଜର ଆସିଛନ୍ତି ଦିଲ୍ଲୀ ଟାଇମସ ଫ୍ୟାସନ୍‌ ଉଇକ୍‌ରେ । ସେ ଏକ ଭିନ୍ନ ଧରଣର କଷ୍ଟ୍ୟୁମ୍‌ ପିନ୍ଧି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶେଷ କରି ଈଶା ଗୁପ୍ତା ପରିଧାନ କରିଥିବା ବନରରସୀ ସ୍କର୍ଟ ଖୁବ୍‌ ମନଲୋଭା ହୋଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେକ୍ସି ହିରୋଇନ୍‌ ଈଶା ଗୁପ୍ତା ହସ୍ପିଟାଲ ବେଡରେ ରହିଥିବା ବେଳେ ଆଖିରେ କଳା ଚଷମା ପିନ୍ଧିଥିବାର ଫଟୋ ଇନଷ୍ଟାଗ୍ରାମରେ ସେଆର କରି ବେଶ୍‌ ଚର୍ଚ୍ଚିତା ହୋଇଥିଲେ। ସେ ଏଥିରେ ବି ଖୁବ୍‌ ହଟ୍‌ ଦିଶୁଥିଲେ। ଖାଲି ଏହି ଗୋଟିଏ ଫଟୋ ସେ ସେଆର କରି ନ ଥିଲେ। ନିକଟରେ GQ ମାଗାଜିନ୍‌ ଲାଗି କରାଇଥିବା ହଟ୍‌ ଫଟୋଗୁଡିକୁ ବି ଈଶା ଗୁପ୍ତା ସେଆର୍‌ କରିଥିଲେ। ଏହି ସବୁ ଫଟୋ ଏବେ ଭାଇରାଲ ହେବାରେ ଲାଗିଥିଲା କିଛି ଦିନତଳେ।

ଚଳିତ ବର୍ଷ ଅଜୟ ଦେବଗନ ଷ୍ଟାରର୍‌ ଫିଲ୍ମ ‘ବାଦଶାହୋ’ରେ ନଜର ଆସିଥିବାଏହି ନାୟିକାଙ୍କର ଭ୍ୟାନ୍‌ରେ ଏକ କଳା ରଙ୍ଗର ମିନିସ୍କର୍ଟ ପିନ୍ଧା ଫଟୋ କିଛି ମାସ ତଳେ ଭାଇରାଲ ହେବାରେ ଲାଗିଥିଲା। ଠିକ୍‌ ସେହିପରି ସେ ସପିଂ କରିବା ସମୟରେ ଏକ ସ୍ଲିଭଲେସ୍‌ ବାନିଅନ୍‌ ପିନ୍ଧା ଫଟୋ ବି କିଛି କମ୍‌ ଚର୍ଚ୍ଚା ସାଉଁଟି ନ ଥିଲା। ଅପରପକ୍ଷରେ ଶିଲ୍ପା ସେଟ୍ଟିଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟର ଫଟୋ ବି ବେଶ ଭାଇରାଲ୍‌ ହୋଇଥିଲା। ମୁମ୍ବାଇ ଏୟାରପୋର୍ଟରେ ନିଆଯାଇଥିବା ଏକ ଫଟୋ ବି ଇଣ୍ଟରନେଟ ଜଗତରେ ନିଆଁ ଲଗାଇଥିଲା । ଏହାପରେ ସେ ପୁଣି ନିଜର ଏକ ବୋଲଡ ଫଟୋ ଇନ୍‌ଷ୍ଟାଗ୍ରାମରେ ସେଆର୍‌ କରିଥିଲେ। ଏହି ଫଟୋରେ ଈଶା ଗୁପ୍ତାଙ୍କ ଦେହରେ କପଡ଼ା ନଥିବା ଦେଖିବାକୁ ମଳିଥିଲା।

publive-image photo-indianexpress

ଏବେ ଈଶାଙ୍କ ହାତରେ ଦୁଇଟି ନୂଆ ସିନେମା ‘ଆଁଖେଁ-୨’ ଏବଂ ‘ହେରାଫେରି-୩’ ରହିଛି। ସେ ୨୦୦୭ରେ ମିସ୍‌ ଇଣ୍ଡିଆ ଇଣ୍ଟରନେସନାଲ୍‌ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ବଲିଉଡରେ ପ୍ରବେଶ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଜନ୍ନତ୍‌-୨’। ପ୍ରଥମ ସିନେମାରେ ହିଁ ଈଶା ଗୁପ୍ତା ପାଇଥିଲେ ଫିଲ୍ମ ଫେଆର ବେଷ୍ଟ ଫିମେଲ ଡେବ୍ୟୁ ଆଓ୍ଵାର୍ଡ। ଏହାପରେ ତାଙ୍କୁ ‘ଚକ୍ରବ୍ୟୁହ’, ‘ହମସକଲସ୍‌’,‘ରୁସ୍ତମ୍‌’, ରାଜ ଥ୍ରି ଡି ଏବଂ ‘ବାଦଶାହୋ’ ଆଦି ହିନ୍ଦୀ ସିନେମାରେ ଦେଖିବାକୁ ମିଳିଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe