Advertisment

ଆଜି ପରଦାକୁ ଆସୁଛି ଓଡ଼ିଆ ଛବି ‘ଡେଲିଭରି ବୟ’

Advertisment
ଆଜି ପରଦାକୁ ଆସୁଛି ଓଡ଼ିଆ ଛବି ‘ଡେଲିଭରି ବୟ’

ଭୁବନେଶ୍ବର: ଭିନ୍ନ ଧରଣର କାହାଣୀକୁ ନେଇ ପ୍ରସ୍ତୁତ ‘ଡେଲିଭରି ବୟ’ ଆଜି ମୁକ୍ତିଲାଭ କରୁଛି। ଏକ ବାସ୍ତବ ଘଟଣାକୁ ନେଇ ଚଳଚ୍ଚିତ୍ରଟି ନିର୍ମିତ ହୋଇଛି। କମ୍ପାନିରୁ ଗ୍ରାହକଙ୍କ ପାଖକୁ ପହଞ୍ଚାଇବା ପାଇଁ ‘ଡେଲିଭରି ବୟ’ ହିଁ ଏକମାତ୍ର ସୂତ୍ରଧର ସାଜିଛନ୍ତି। ହେଲେ ଠିକ୍ ସମୟରେ, ଠିକ୍ ବ୍ୟକ୍ତି ପାଖରେ ଏବଂ ଠିକ୍ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି ବୟକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଜଣେ ଡେଲିଭରି ବୟ ସାମ୍ନା କରୁଥିବା ସେହିସବୁ ଅସୁବିଧାକୁ ନେଇ ଏଇ ଚଳଚ୍ଚିତ୍ରର କାହାଣୀ ପର୍ଯ୍ୟବସିତ।

ଏହାର କାହାଣୀ ପରିକଳ୍ପନା କରିଛନ୍ତି ପରିଚିତ ପ୍ରଯୋଜକ ଜେ .ଆର.ଏମ୍, ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ତ୍ରିପାଠୀ। ଏହାର ପ୍ରଯୋଜକ ହେଲେ ଜ୍ୟୋତିରଞ୍ଜନ ମହାନ୍ତି।
ଏହି ସିନେମାରେ ବୁଦ୍ଧାଦିତ୍ୟ, ସୂର୍ଯ୍ୟମୟୀ, ଶୈଳେନ୍ଦ୍ର, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ, ପ୍ରିୟମ୍ବଦା ଓ ପୁପୁଲ୍ ପ୍ରମୁଖ ଅଭିନୟ କରିଛନ୍ତି। ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଓ ସୂର୍ଯ୍ୟ ମହାପାତ୍ର ଏହାର ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ହ୍ୟୁମାନ୍ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି। ସୂଚନାଯୋଗ୍ୟ, ‘ଡେଲିଭରି ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଛନ୍ତି। ଏହି ଫିଲ୍ମ ଜରିଆରେ ବୁଦ୍ଧାଦିତ୍ୟ ଓଲିଉଡକୁ ଫେରୁଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe