ଦର୍ଶକଙ୍କ ମନ ମୋହିବ ’ଡେଲିଭରି ବୟ’

Advertisment
ଦର୍ଶକଙ୍କ ମନ ମୋହିବ ’ଡେଲିଭରି ବୟ’

ଏବେ ସବୁକିଛି ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଛି। କୌଣସି ବି ଜିନିଷ ଅନ୍‌ଲାଇନ୍‌ରେ ମଗାଇବା ପରେ କମ୍ପାନିରୁ ଗ୍ରାହକଙ୍କ ପାଖକୁ ପହଞ୍ଚାଇବା ପାଇଁ ‘ଡେଲିଭରି ବୟ’ ହିଁ ଏକମାତ୍ର ସୂତ୍ରଧର ସାଜିଛନ୍ତି। ହେଲେ ଠିକ୍‌ ସମୟରେ, ଠିକ୍ ବ୍ୟକ୍ତି ପାଖରେ ଏବଂ ଠିକ୍ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି ବୟକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଜଣେ ଡେଲିଭରି ବୟ ସାମ୍‌ନା କରୁଥିବା ସେହିସବୁ ଅସୁବିଧାକୁ ନେଇ ଏଇ ଚଳଚ୍ଚିତ୍ରର କାହାଣୀ ପର୍ଯ୍ୟବସିତ। ଏହାର କାହାଣୀ ପରିକଳ୍ପନା କରିଛନ୍ତିି ପରିଚିତ ପ୍ରଯୋଜକ ଜେ .ଆର.ଏମ୍‌, ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ତ୍ରିପାଠୀ। ଏଥିରେ ଅଭିନେତା ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ, ଅଭିନେତ୍ରୀ ସୂର୍ଯ୍ୟମୟୀ, ପ୍ରିୟମ୍ବଦା ଓ ପୁପୁଲ୍‌ ପ୍ରମୁଖ ଅଭିନୟ କରିଛନ୍ତି। ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ହ୍ୟୁମାନ୍‌ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି।

ଏକ ବାସ୍ତବ ଘଟଣାକୁ ନେଇ ଚଳଚ୍ଚିତ୍ରଟି ନିର୍ମିତ ହୋଇଛି। କାହାଣୀରେ ସଡ଼କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ଏହାର ପ୍ରଯୋଜକ ଜ୍ୟୋତିରଞ୍ଜନ‌ ମହାନ୍ତି କହିଛନ୍ତି। ୩୮ ଦିନ ସମୟ ମଧ୍ୟରେ ପ୍ରସ୍ତୁତ ହେଇଥିବା ଏଇ ଚଳଚ୍ଚିତ୍ର ସଙ୍ଗୀତରେ ପ୍ରଥମ ଥର ପାଇଁ ଏହାର ଶୀର୍ଷକ ଗୀତକୁ ରାପ୍ ସଙ୍ଗୀତରେ ସଜାଯାଇଛି। ଏହା ସହ ‘ପାନ ଗୁଆ ଖଇର ଗୁଆକାତି, ଆମେ ସବୁ ଗଭର୍ଣ୍ଣରଙ୍କ ବଡ଼ ନାତି’ ଭଳି ଆଉ ଚାରିଟି ଶ୍ରୁତିମଧୁର ଗୀତ ରହିଛି। ଭୁବନେଶ୍ବରସ୍ଥିତ ଉତ୍କଳ‌ ଗ୍ୟାଲେରିଆ ଠାରେ ଏହି ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପଣ ହୋଇଯାଇଛି।

ଏହି‌ ଅବସରରେ ମୁଖ୍ୟ ଅତିଥି ଭାବେ ମୋ କଲେଜର ଅଧ୍ୟକ୍ଷ ଅଭିନେତା ଆକାଶ ଦାସ ନାୟକ, ପ୍ରଯୋଜକ ଜେ .ଆର.ଏମ୍‌, ନିର୍ଦ୍ଦେଶକ ଅଶ୍ବିନୀ ତ୍ରୀପାଠୀ, ଗୀତିକାର ସୂର୍ଯ୍ୟ ମହାପାତ୍ର, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଏବଂ ଏଇ ଚଳଚ୍ଚିତ୍ର ସହ ସଂପୃକ୍ତ କଳାକାରମାନେ ଯୋଗ ଦେଇଥିଲେ।
ଏହାର ସଙ୍ଗୀତ ବିତରଣ ଦାୟିତ୍ବ ନେଇଥିବା ଆମର ମ୍ୟୁଜିକ୍‌ ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ରେ ଏହାର ଗୀତଦୃଶ୍ୟଗୁଡ଼ିକ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe