ଶ୍ରୀଦେବୀ କାହିଁକି ଥିଲେ ଏତେ ପ୍ରସିଦ୍ଧ?

Advertisment

ତାଙ୍କୁ କାହିଁକି କୁହାଯାଏ ବଲିଉଡ୍‌ର ପ୍ରଥମ ମହିଳା ସୁପର୍‌ଷ୍ଟାର୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ….

ତାଙ୍କୁ କାହିଁକି କୁହାଯାଏ ବଲିଉଡ୍‌ର ପ୍ରଥମ ମହିଳା ସୁପର୍‌ଷ୍ଟାର୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ….

ଶ୍ରୀଦେବୀ କାହିଁକି ଥିଲେ ଏତେ ପ୍ରସିଦ୍ଧ?

ବଲିଉଡ୍‌ର ପ୍ରଥମ ମହିଳା ସୁପର୍‌ଷ୍ଟାର୍‌ ଶ୍ରୀଦେବୀଙ୍କ ଶନିବାର ଦୁବାଇରେ ଦେହାନ୍ତ ହୋଇଯାଇଛି। ଶ୍ରୀଦେବୀ ତାଙ୍କ ଭଣଜାଙ୍କ ବାହାଘରରେ ସାମିଲ୍‌ ହେବାକୁ ଯାଇଥିଲେ ଦୁବାଇ। ସେ ତାଙ୍କ ଅଭିନୟ କ୍ୟାରିଅର୍‌ ଶିଶୁ କଳାକାର ଭାବେ ୧୯୬୯ରେ ତାମିଲ ଚଳଚ୍ଚିତ୍ର ‘ଥୁନାଇବାନ’ରୁ ଆରମ୍ଭ କରିଥିଲେ। ଏହା ପରେ ତେଲୁଗୁ, ମାଲାୟଲମ୍‌ ଓ ହିନ୍ଦୀ ଚଳଚ୍ଚିତ୍ରରେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀରେ ପରିଣତ ହୋଇଥିଲେ। ସେ ଅନ୍ତିମ ଥର ପାଇଁ ଶାହରୁଖ୍‌ଙ୍କ ଫିଲ୍ମ ‘ଜିରୋ’ରେ ଅତିଥି କଳାକାର ଭାବେ ନଜର ଆସିବେ।

publive-image publive-image

publive-image

ଜନ୍ମ: ୧୩ ଅଗଷ୍ଟ ୧୯୬୩ (ଶିବକାଶୀ, ତାମିଲନାଡ଼ୁ)। ମୃତ୍ୟୁ: ୨୪ ଫେବ୍ରୁୟାରି (ଦୁବାଇ)।

ପରିବାର-ପତି: ବୋନି କପୁର, ସନ୍ତାନ: ଜାହ୍ନବୀ ଓ ଖୁସୀ କପୁର।ଲୋକପ୍ରିୟ ଚଳଚ୍ଚିତ୍ର: ହିମ୍ମତଓ୍ଵାଲା, ମିଷ୍ଟର ଇଣ୍ଡିୟା, ଚାଲବାଜ, ଖୁଦା ଗଓ୍ଵା, ରୂପ କି ରାନୀ ଚୋରୋଁ କା ରାଜା, ଗୁମରାହ, ଲାଡଲା, ଆର୍ମୀ, ନଗୀନା, ଜୁଦାଇ, ଲମ୍‌ହେ, ଚାନ୍ଦନୀ, ଇଂଗ୍ଲିସ୍‌ ବିଂଗ୍ଲିସ୍‌, ମାମ୍‌।

ପୁରସ୍କାର ଓ ସମ୍ମାନ: ପଦ୍ମଶ୍ରୀ, ଫିଲ୍ମ୍‌ଫେୟାର୍‌।

ଚଳଚ୍ଚିତ୍ର: ୫୦ ବର୍ଷର କର୍ମମୟ ଜୀବନ ମଧ୍ୟରେ ସେ ୩୦୦ ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ପ୍ରଥମ ଚଳଚ୍ଚିତ୍ର: ଥୁନାଇବାନ (୧୯୬୯, ତାମିଲ)

ଶ୍ରୀଦେବୀଙ୍କ ସହ ହିଟ୍‌ ଯୋଡ଼ି: ଜିତେନ୍ଦ୍ର (ହିମ୍ମତଓ୍ଵାଲା), ଅନିଲ କପୁର (ମିଷ୍ଟର ଇଣ୍ଡିୟା, ଲମ୍‌ହେ, ଲାଡଲା, ରୂପ କି ରାନୀ ଚୋରୋ କା ରାଜା), ଅମିତାଭ ବଚ୍ଚନ (ଖୁଦା ଗଓ୍ଵା, ଆଖରୀ ରସ୍ତା) ସନି ଦେଓଲ (ସଲ୍‌ତନତ, ଚାଲବାଜ୍‌)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe