ଦର୍ଶକଙ୍କୁ ଏକତ୍ର ମନୋରଞ୍ଜନ କରାଇବେ ସୁନୀଲ ଓ ଶିଳ୍ପା

Advertisment
ଦର୍ଶକଙ୍କୁ ଏକତ୍ର ମନୋରଞ୍ଜନ କରାଇବେ ସୁନୀଲ ଓ ଶିଳ୍ପା

ମୁମ୍ବାଇ: ‘ବିଗ୍‌ ବସ୍‌-୧୧’ର ବିଜେତା ଶିଳ୍ପା ସିନ୍ଧେ ଏବଂ ବ୍ୟଙ୍ଗ କଳାକାର ସୁନୀଲ ଗ୍ରୋଭର ଏକ ନୂଆ େଓ୍ଵବ୍‌ ସୋ’ରେ ଏକତ୍ର ନଜର ଆସିବେ ବୋଲି ସୂଚନା ହସ୍ତଗତ ହୋଇଛି। ସେ ଦୁହିଁଙ୍କର ଏହି ଅପ୍‌କମିଂ ସୋ’ର ନାମ ରହିଛି ‘କ୍ରିକେଟ୍‌ କମେଡି ଡିଜିଟାଲ୍‌ ସୋ’। ସୋ’ଟିର ପ୍ରଜୋଯନା ସଂସ୍ଥା ହେଉଛି ‘ପ୍ରୀତି ଆଣ୍ଡ୍‌ ନିତି ସିମୋସ୍‌’। ଏ ସଂପର୍କରେ ସୁନୀଲ ଟୁଇଟର୍‌ ଜରିଆରେ ଦର୍ଶକଙ୍କୁ ସୂଚୀତ କରିଛନ୍ତି। ଏଠାରେ ଆପଣ ଜାଣି ରଖନ୍ତୁ ଯେ ପ୍ରୀତି ଏବଂ ନିତି ପୂର୍ବରୁ କପିଲଙ୍କର ୨ଟି ସୋ’ ‘କମେଡି ନାଇଟ୍‌ସ ଉଇଥ୍‌ କପିଲ୍‌’ ଏବଂ ‘ଦ କପିଲ୍‌ ଶର୍ମା ସୋ’ରେ କାର୍ଯ୍ୟ କରିଥିଲେ।

publive-image

କ୍ରିକେଟ୍‌ ଏବଂ କମେଡି ମିଶ୍ରିତ ଏହି ସୋ’ଟି ସ୍ୱତନ୍ତ୍ର ହେବ ବୋଲି ଆଶା କରାଯାଛି। ସୋ’ଟିରେ ଇଣ୍ଡିୟାନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌) ସଂପର୍କରେ ମଜା ମଜା କଥା ଆଲୋଚନା ହେବ ବୋଲି ଜାଣିବାକୁ ମିଳିଛି। ସୋ’ଟିକୁ ହୋଷ୍ଟିଂ କରିବେ ଉଭୟ କପିଲ୍‌ ଓ ଶିଳ୍ପା। ଏହି ଦୁଇ କଳାକାର ପୂର୍ବରୁ ନିଜର କମେଡି ଅଭିନୟ ଜରିଆରେ ଦର୍ଶକଙ୍କୁ ବିମୋହିତ କରି ସାରିଛନ୍ତି। ସେମାନଙ୍କର ଏହି ସୋ’ଟି ଯେ ବହୁ ଲୋକପ୍ରିୟତା ସାଉଁଟିବାରେ ସମର୍ଥ ହେବ ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe