ଏହି ଦିନ ନେଟଫ୍ଲିକ୍ସରେ ରିଲିଜ୍ ହେବ 'ଦେବରା'

କିଛି ଦିନ ତଳେ ରିଲିଜ୍ ହୋଇଥିଲା ସାଉଥ୍ ସୁପରଷ୍ଟାର ଜୁନିୟର ଏନଟିଆର ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଫିଲ୍ମ ଦେବରା। ପ୍ରେକ୍ଷାଳୟରେ ରିଲିଜ୍ ପରେ ଏବେ ଫିଲ୍ମଟି ଓଟିଟିରେ ରିଲିଜ୍ ହେବାକୁ ଯାଉଛି।

devaraaa

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର କିଛି ଦିନ ତଳେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ପାଇଁ ଚର୍ଚ୍ଚାରେ ଥିଲେ। ପ୍ରଥମେ ଏହି ଚଳଚ୍ଚିତ୍ରର ଟିଜର ଓ ଟ୍ରେଲର ରିଲିଜ ହୋଇଥିଲା, ଯାହା ପରେ ଚଳଚ୍ଚିତ୍ରର ରିଲିଜକୁ ନେଇ ପ୍ରଶଂସକମାନଙ୍କ ଉତ୍ସାହ ବଢ଼ିଥିଲା। ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଥିବା ଟିଜର ଓ ଟ୍ରେଲରରେ ଉତ୍କୃଷ୍ଟ ଭିଏଫଏକ୍ସ ଦେଖିବାକୁ ମିଳିଥିଲେ ବି ଫିଲ୍ମଟି ରିଲିଜ୍ ପରେ ଭଲ ବ୍ୟବସାୟ କରିପାରିନଥିଲା। ତେବେ ଫିଲ୍ମରେ ଥିବା କଳାକାରଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ପ୍ରେକ୍ଷାଳୟ ପରେ ଏବେ ଏହି ଫିଲ୍ମ  ଓଟିଟିରେ ରିଲିଜ ହେବାକୁ ଯାଉଛି | 

ସୂଚନା ମୁତାବକ, ଏହି ଚଳଚ୍ଚିତ୍ରଟି ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ | ନଭେମ୍ବର ୮ରେ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ନେଟଫ୍ଲିକ୍ସରେ ରିଲିଜ୍ ହେବ ଫିଲ୍ମ। ଏହାର କିଛି ଦିନ ପରେ ନେଟଫ୍ଲିକ୍ସରେ ଫିଲ୍ମଟି ହିନ୍ଦୀ ଭାଷାରେ ରିଲିଜ୍ ହେବ। ଫିଲ୍ମର ପୋଷ୍ଟର ସହିତ ନେଟଫ୍ଲିକ୍ସ ଏହି ଘୋଷଣା କରିଛି।

ଏହା ପୂର୍ବରୁ ଫିଲ୍ମ ସଫଳ ନହେବାରୁ ଜୁନିୟର ଏନଟିଆର କହିଥିଲେ, “ଆମେ, ଦର୍ଶକ ଭାବରେ, ଆଜିକାଲି ବହୁତ ନକାରାତ୍ମକ ହୋଇଗଲାଣୁ | ଆମେ ଏକ ଚଳଚ୍ଚିତ୍ରକୁ ଉପଭୋଗ ନକରି ଏହାକୁ ସମାଲୋଚନା କରିବା ପାଇଁ ପ୍ରସ୍ତୁତ ରହୁଛୁ। ମୁଁ ଭାବୁଛି କାହିଁକି ଆମେ ଆଉ ପୂର୍ବଭଳି ନିରୀହ ହୋଇପାରୁ ନାହୁଁ? ଆଜି ପ୍ରତ୍ୟେକ ଚଳଚ୍ଚିତ୍ର ଆସିଲେ ଆମେ ଏହାକୁ ଉପଭୋଗ କରିବା ପରିବର୍ତ୍ତେ ବିଶ୍ଳେଷଣ କରୁଛୁ। ବୋଧହୁଏ ସିନେମା ଦେଖିବା ଏବେ ଅତି ସହଜ ହୋଇଯାଇଥିବାରୁ ଆମେ ଏଭଳି ହୋଇଯାଇଛୁ। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe