ଭକ୍ତିଗୀତି ଆଲବମ୍ ‘ଦିବ୍ୟ ଦ୍ୟୋତନା’ ଉନ୍ମୋଚିତ

Advertisment
ଭକ୍ତିଗୀତି ଆଲବମ୍ ‘ଦିବ୍ୟ ଦ୍ୟୋତନା’ ଉନ୍ମୋଚିତ

ଭୁବନେଶ୍ବର: ପରମପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୪ତମ ଶୁଭ ଆବିର୍ଭାବ ତିଥି ଅବସରରେ ବୁଧବାର ମୁକ୍ତିଲାଭ କରିଛି ଭକ୍ତିଗୀତି ଆଲବମ୍ ‘ଦିବ୍ୟ ଦ୍ୟୋତନା’। ସତସଙ୍ଗର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର  ମଧ୍ୟମ ପୁତ୍ର  ପୂଜନୀୟ ଅନିରୁଦ୍ଧ ଚକ୍ରବର୍ତ୍ତୀ(ସିପାଇ ଦାଦା)ଙ୍କର କର କମଳରେ ଓଡ଼ିଶାର ସ୍ବନାମଧନ୍ୟ କଣ୍ଠଶିଳ୍ପୀଙ୍କୁ ନେଇ ପ୍ରସ୍ତୁତ ‘ଦିବ୍ୟ ଦ୍ୟୋତନା’  ଦେଓଘରସ୍ଥିତ ‌ସତସଙ୍ଗ ଆଶ୍ରମଠାରେ ଉନ୍ମୋଚିତ ହୋଇଛି।

publive-image

ଏହି ଆଲବମରେ  ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ  ପଟ୍ଟନାୟକ, ଅସୀମା ପଣ୍ଡା, ଶଶାଙ୍କ  ଶେଖର, ଦୀପ୍ତିରେଖା ପାଢ଼ୀ ଏବଂ କମଳାକ୍ଷ ପରିଡା କଣ୍ଠଦାନ କରିଛନ୍ତି। ଶାଶ୍ୱତ ପରିଡ଼ାଙ୍କ ରଚିତ ଗୀତଗୁଡ଼ିକୁ ଅନିନ୍ଦ୍ୟ ସୁନ୍ଦର, କ୍ଷିତି ମୋହନ, କମଳାକ୍ଷ ଓ ସତ୍ୟବ୍ରତ ସ୍ବରରେ ସଜାଇଛନ୍ତି। ପିକୁ ରଥ ସଂଗୀତ ସଂଯୋଜନା କରିଥିବା ବେଳେ ଶବ୍ଦ ଗ୍ରହଣ କରିଛନ୍ତି ସୋମେଶ ଶତପଥୀ। ଏହି ଗୀତଗୁଡ଼ିକ ସତସଙ୍ଗ ୱାର୍ଲ୍ଡ ୟୁଟ୍ୟୁବ୍ ଚାନେଲରେ ରିଲିଜ୍ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe