ଷ୍ଟାର କିଡସଙ୍କୁ ନେଇ କଙ୍ଗନାଙ୍କ ବିବାଦୀୟ ବୟାନ‌; ସିଝା ଅଣ୍ଡା ଭଳି ଦେଖାଯାଆନ୍ତି...

ଷ୍ଟାର କିଡସଙ୍କୁ ନେଇ କଙ୍ଗନାଙ୍କ ବିବାଦୀୟ ବୟାନ‌; ସିଝା ଅଣ୍ଡା ଭଳି ଦେଖାଯାଆନ୍ତି...

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାଣାୱତ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଧାକଡ’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି।  ଟ୍ରେଲରରେ କଙ୍ଗନାଙ୍କ ଆକ୍ସନ ଦୃଶ୍ୟ ଦେଖିବା ପରେ ଫିଲ୍ମକୁ ଦେଖିବା ପାଇଁ ଏବେ ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢ଼ିଯାଇଛି। ସବୁବେଳେ ମହିଳାଧର୍ମୀ ଫିଲ୍ମ କରିବାକୁ ଚାହୁଁଥିବା କଙ୍ଗନାଙ୍କ ଏହି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିବ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମରେ ଥିବା ଦୃଶ୍ୟ ପାଇଁ କଙ୍ଗନାଙ୍କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଣି ଥରେ ଷ୍ଟାର କିଡସଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଙ୍ଗନା।

ଯେତେବେଳେ କଙ୍ଗନାଙ୍କୁ ପଚରାଯାଇଥିଲା ଯେ ବଲିଉଡ ତୁଳନାରେ ଦକ୍ଷିଣ ଚଳଚ୍ଚିତ୍ର ଶିଳ୍ପକୁ କେଉଁ ଜିନିଷ ଅଧିକ ସଫଳ କରାଉଛି? ଏହାର ଉତ୍ତରରେ କଙ୍ଗନା କହିଥି‌ଲେ ଯେ, ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର କଳାକାର ଦର୍ଶକଙ୍କ ସହ ଜଡ଼ିତ। ଏହା ହିଁ ସେମାନଙ୍କୁ ସଫଳ କରାଇଛି। ହେଲେ ବଲିଉଡରରେ କଳାକାରଙ୍କ ପିଲାମାନେ ବିଦେଶ ଯାଇ ପାଠ ପଢ଼ିବା ସହ ଇଂରାଜୀରେ କଥାବାର୍ତ୍ତା କରନ୍ତି, କେବଳ ହଲିଉଡ ଚଳଚ୍ଚିତ୍ର ଦେଖନ୍ତି, କଣ୍ଟା ଚାମଚରେ ଖାଦ୍ୟ ଖାଆନ୍ତି। ଏଭଳି ହେଲେ ସେମାନେ ଦର୍ଶକଙ୍କ ସହ କିପରି ଯୋଡ଼ି ହେବେ? ବାହାରେ ରହି ସେମାନଙ୍କ ଲୁକ୍ ବଦଳିଯାଇଥାଏ। ସିଝା ଅଣ୍ଡା ଭଳି ଦେଖାଯାଆନ୍ତି। ଏମିତି ହେଲେ ଦର୍ଶକ କେମିତି ତାଙ୍କ ସହ ଯୋଡ଼ି ହେବେ।

ତେବେ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଧାକଡ’ ଆସନ୍ତା ୨୦ ରେ ରିଲିଜ ହେବାକୁ ଯାଉଛି। ଏହା ରଜନୀଶ ଘାଇଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ। କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe