ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଧନଶ୍ରୀଙ୍କ କଥିତ ପୁରୁଷ ବନ୍ଧୁଙ୍କ ପ୍ରତିକ୍ରିୟା

Advertisment

ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହେବେ ବୋଲି କିଛି ବର୍ଷ ହେଲାଣି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଏବେ ଧନଶ୍ରୀଙ୍କ କଥିତ ପୁରୁଷ ବନ୍ଧୁଙ୍କ ପ୍ରତିକ୍ରିୟା ଆସିଛି।

ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହେବେ ବୋଲି କିଛି ବର୍ଷ ହେଲାଣି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଏବେ ଧନଶ୍ରୀଙ୍କ କଥିତ ପୁରୁଷ ବନ୍ଧୁଙ୍କ ପ୍ରତିକ୍ରିୟା ଆସିଛି।

tdhanasree

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହେବେ ବୋଲି କିଛି ବର୍ଷ ହେଲାଣି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଏବେ ଦମ୍ପତି ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଛନ୍ତି।

ଅନଫଲୋ କରିବା ସହ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର, ଧନଶ୍ରୀଙ୍କ ସହିତ ସମସ୍ତ ଫଟୋ ମଧ୍ୟ ଡିଲିଟ୍ କରିଦେଇଛନ୍ତି। ଅନ୍ୟପକ୍ଷରେ ଧନଶ୍ରୀ, ୟୁଜବେନ୍ଦ୍ରଙ୍କୁ ଅନଫଲୋ କରିଛନ୍ତି କିନ୍ତୁ ତାଙ୍କ ସହିତ କୌଣସି ଫଟୋ ଡିଲିଟ୍ କରିନାହାଁନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ଏବେ ଧନଶ୍ରୀଙ୍କ କଥିତ ପୁରୁଷ ବନ୍ଧୁ ତଥା କୋରିଓଗ୍ରାଫର ପ୍ରତୀକ ଉଟେକରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିିଛି। ୨୦୨୩ରେ ଧନଶ୍ରୀଙ୍କ ସହିତ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋରେ ସେ ଧନଶ୍ରୀଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ଭାଇରାଲ ହେବା ପରେ ପ୍ରତୀକ ହିଁ ଛାଡ଼ପତ୍ରର କାରଣ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ଏସବୁ ଚର୍ଚ୍ଚା ମଧ୍ୟରେ ପ୍ରତୀକ କହିଛନ୍ତି ଯେ, 'ଗୋଟାଏ ଫଟୋ ଦେଖି କାହାଣୀ ତିଆରି କରିବା, କମେଣ୍ଟ କରିବା ଏବଂ ପ୍ରତ୍ୟକ୍ଷ ବାର୍ତ୍ତା ପଠାଇବା ପାଇଁ ବିଶ୍ୱ ମୁକ୍ତ ଅଟେ। ବଡ଼ ହୁଅ ସାଙ୍ଗମାନେ।' ତେବେ ଛାଡ଼ପତ୍ର ଓ ପ୍ରତୀକଙ୍କ ସହ ସମ୍ପର୍କକୁ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଧନଶ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe