କାହିଁକି ଅଲଗା ହେଲେ ଧନଶ୍ରୀ-ଚହଲ? ସାମ୍ନାକୁ ଆସିଲା କାରଣ

କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ଏବେ ନିଶ୍ଚିତ ହୋଇସାରିଛି। ଏମଧ୍ୟରେ ଦୁହେଁ ଅଲଗା ହେବା ପଛର କାରଣ ସାମ୍ନାକୁ ଆସିଛି।

tyuzidhanasre

ନୂଆଦିଲ୍ଲୀ: କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ଏବେ ନିଶ୍ଚିତ ହୋଇସାରିଛି। ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଦମ୍ପତିଙ୍କ ଛାଡପତ୍ର ଉପରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ କୋର୍ଟ। ଭରଣପୋଷଣ ବାବଦକୁ ଚହଲ, ଧନଶ୍ରୀଙ୍କୁ ୫କୋଟି ଟଙ୍କା ଦେବା ପରେ ଏବେ ଦମ୍ପତ୍ତି ଅଲଗା ହୋଇଛନ୍ତି। ଏହି ସବୁ ଖବର ମଧ୍ୟରେ, ଏକ ବଡ଼ ଖୁଲାସା ହୋଇଛି।

ଏହି ଦମ୍ପତି ଅଲଗା ହୋଇଥିଲେ ମଧ୍ୟ ସେମାନେ ସେମାନଙ୍କ ଅଲଗା ହେବାର କାରଣ ପ୍ରକାଶ କରି ନାହାନ୍ତି। ଏବେ ଏକ ନୂତନ ସୂଚନାରୁ ଜଣାପଡିଛି ଯେ, "ସେମାନେ କେଉଁଠି ରହିବେ ସେ ନେଇ ମତଭେଦ ହେଉଥିଲା। ଏହା ସେମାନଙ୍କ ଅଲଗା ହେବାର ନିଷ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଡିସେମ୍ବର ୨୦୨୦ରେ ବିବାହ ପରେ, ଧନଶ୍ରୀ ଏବଂ ଚହଲ କ୍ରିକେଟରଙ୍କ ପିତାମାତାଙ୍କ ସହିତ ରହିବା ପାଇଁ ହରିୟାଣା ଚାଲିଯାଇଥିଲେ। କେବଳ କାମ ଥିଲେ ହିଁ ଦୁହେଁ ମୁମ୍ବାଇ ଆସୁଥିଲେ। କିନ୍ତୁ, କିଛି ଦିନ ମଧ୍ୟରେ ଧନଶ୍ରୀ ମୁମ୍ବାଇକୁ ସ୍ଥାନାନ୍ତରିତ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯେଉଁଥିରେ ଚହଲ ରାଜି ନଥିଲେ। ସେ ନିଜ ପରିବାର ସହ ହରିୟାଣାରେ ରହିବାକୁ ଚାହୁଥିଲେ ବୋଲି ଜଣାପଡ଼ିଛି।"

ତେବେ ଏହି ଚର୍ଚ୍ଚା ଉପରେ ଚହଲ ବା ଧନଶ୍ରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Yuzvendra Chahal | Dhanashree Verma | Entertainment 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe