ଚହଲଙ୍କଠାରୁ ୬୦କୋଟି ନେବା ଚର୍ଚ୍ଚା ଉପରେ ଧନଶ୍ରୀଙ୍କ ପରିବାର ଦେଲେ ପ୍ରତିକ୍ରିୟା

ଛାଡ଼ପତ୍ର ପ‌ରେ ଭରଣପୋଷଣ ବାବଦରେ ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କଠାରୁ ନେବାକୁ ଥିବା ଟଙ୍କା ପାଇଁ ଟ୍ରୋଲ ହେଉଥିଲେ ପତ୍ନୀ ଧନଶ୍ରୀ ବର୍ମା । ଏବେ ପରିବାର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।

tdhanaswq

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଏବେ ଛାଡପତ୍ର ନେଇଛନ୍ତି। ଗୁରୁବାର ମୁମ୍ବାଇ ପରିବାର ଅଦାଲତରେ ଏହି ଦମ୍ପତି ଛାଡପତ୍ର ପ୍ରକ୍ରିୟା ସମାପ୍ତ କରିଥିଲେ। ଏହି ଖବର ସେମାନଙ୍କ ଉଭୟ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଥିଲା।

ତେବେ ଛାଡ଼ପତ୍ର ପ‌ରେ ଧନଶ୍ରୀ ଭରଣପୋଷଣ ବାବଦରେ ଚହଲଙ୍କଠାରୁ ୬୦କୋଟି ଟଙ୍କା ନେବେ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ଆସିବା ପରେ ଲୋକେ ଧନଶ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଧନ ନେଇଗଲା ସ୍ତ୍ରୀ ବୋଲି ଜଣେ ସୋସିଆଲ ମିଡିଆରେ ଛାଡ଼ପତ୍ର ଖବର ତଳେ କମଣ୍ଟେ କରୁଛନ୍ତି। ଝିଅକୁ ଏତେ ଅପମାନିତ କରାଯାଉଥିବା ଜାଣି ଏବେ ପରିବାର ଲୋକ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି।

“ଭରଣପୋଷଣ ରାଶି ସମ୍ପର୍କରେ ପ୍ରଚାର ହେଉଥିବା ଭିତ୍ତିହୀନ ଦାବି ଯୋଗୁଁ ଆମେ ଅତ୍ୟନ୍ତ ମର୍ମାହତ। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ‌ଯେ, ଏତେ ପରିମାଣର ଟଙ୍କା ନା ଆମେ ମାଗିଛୁ ନା ସେ ଆମକୁ ଦେବାକୁ ଅଫର କରିଛନ୍ତି। ଏହି ଗୁଜବରେ କୌଣସି ସତ୍ୟତା ନାହିଁ। ଏପରି ଅପ୍ରମାଣିତ ସୂଚନା ପ୍ରକାଶ କରିବା ଅତ୍ୟନ୍ତ ଦାୟିତ୍ୱହୀନ, ଯାହା ଦ୍ଵାରା କେବଳ ପୁଅ-ଝିଅ ନୁହନ୍ତି ବରଂ ସେମାନଙ୍କ ପରିବାରକୁ ମଧ୍ୟ ଅନାବଶ୍ୟକ କଳ୍ପନାଜଳ୍ପନା ଭିତରକୁ ଟାଣିନିଆଯାଉଛି। ଏହି ପ୍ରକାରର ବେପରୁଆ ଖବର ପ୍ରସାରଣ କରିବା ବା ଛାପିବା ଦ୍ବାରା କେବଳ କ୍ଷତି ହୋଇଥାଏ। ଆମେ ଗଣମାଧ୍ୟମକୁ ଅନୁରୋଧ କରୁଛୁ ଯେ ସେମାନେ ଭୁଲ ସୂଚନା ପ୍ରସାରଣ କରିବା ପୂର୍ବରୁ ସଂଯମତା ଅବଲମ୍ବନ କରନ୍ତୁ ଏବଂ ତଥ୍ୟ ଯାଞ୍ଚ କରନ୍ତୁ। ଏହା ସହ ସମସ୍ତଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ" ବର୍ମା ପରିବାର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe