ଅଲଗା ହେବେନି ଧନୁଷ ଓ ଐଶ୍ବର୍ଯ୍ୟା!

ଅଲଗା ହେବେନି ଧନୁଷ ଓ ଐଶ୍ବର୍ଯ୍ୟା!

India Today

ଦକ୍ଷିଣର ଲୋକପ୍ରିୟ ଅଭିନେତା ଧନୁଷ ଏବଂ ସୁପରଷ୍ଟାର ରଜନୀକାନ୍ତଙ୍କ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ବିବାହ ବିଚ୍ଛେଦକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ନିକଟରେ ଉଭୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ପରିସରକୁ ଆସିଥିଲେ। କିନ୍ତୁ ଏବେ ଆଉ ଅଲଗା ହେବେନି ଧନୁଷ ଓ ଐଶ୍ବର୍ଯ୍ୟା। ସୂଚନା ଅନୁଯାୟୀ ଏହି ଦମ୍ପତି ଛାଡପତ୍ର ନେବେ ନାହିଁ। ଧନୁଷ ଏବଂ ଐଶ୍ବର୍ଯ୍ୟା ଚଳିତ ବର୍ଷ ଜାନୁଆରୀରେ ଛାଡପତ୍ର ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ଉଭୟଙ୍କ ମତ ବଦଳିଛି। ଧନୁଷ ଏବଂ ଐଶ୍ବର୍ଯ୍ୟା ବର୍ତ୍ତମାନ ସେମାନଙ୍କ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଥିବା କହିଛନ୍ତି।

ରିପୋର୍ଟ ମୁତାବକ, ଏବେ ଐଶ୍ୱର୍ଯ୍ୟା ଏବଂ ତାଙ୍କ ସ୍ୱାମୀ ଧନୁଷ ଅଲଗା ହେବାକୁ ଚାହୁଁ ନାହାନ୍ତି।ପରସ୍ପରକୁ ସେମାନେ ଆଉ କିଛି ସମୟ ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଛାଡପତ୍ର ପ୍ରକ୍ରିୟା ଉପରେ ସେମାନେ ପୁଣି ଥରେ ବିଚାର କରିବେ ବୋଲି କହିଛନ୍ତି। ସେମାନଙ୍କର ବ୍ୟକ୍ତିଗତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ। ସୂଚନା ଅନୁଯାୟୀ ଉଭୟ ପରିବାର ସଦସ୍ୟ ଏକାଠି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଯେଉଁ ସବୁ ସମସ୍ୟା ରହିଛି ତାକୁ ପରସ୍ପର ମଧ୍ୟରେ କଥାବାର୍ତ୍ତା କରି ସମାଧାନ କରିବାକୁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe