ପ୍ରାୟ ୨୩୦ କୋଟି ସମ୍ପତ୍ତିର ମାଲିକ ଥିବା ଧନୁଷଙ୍କୁ ଏକଦା ସେଟରେ ଅଟୋ ଚାଳକ ବୋଲି ତାତ୍ସଲ୍ୟ କରୁଥିଲେ ଲୋକେ

Advertisment

ଦକ୍ଷିଣ ଅଭିନେତା ଧନୁଷ ପ୍ରାୟ ୨୩୦ କୋଟି ସମ୍ପତ୍ତିର ମାଲିକ। ଧନୁଷ କେବଳ ଦକ୍ଷିଣରେ ନୁହେଁ ବରଂ ବଲିଉଡରେ ମଧ୍ୟ ଅଭିନୟରେ ନିଜର ଛାପ ସୃଷ୍ଟି କରିଛନ୍ତି। ଅନେକ ତାତ୍ସଲ୍ୟ ସହି ପାଇଛନ୍ତି ସଫଳତା।

ଦକ୍ଷିଣ ଅଭିନେତା ଧନୁଷ ପ୍ରାୟ ୨୩୦ କୋଟି ସମ୍ପତ୍ତିର ମାଲିକ। ଧନୁଷ କେବଳ ଦକ୍ଷିଣରେ ନୁହେଁ ବରଂ ବଲିଉଡରେ ମଧ୍ୟ ଅଭିନୟରେ ନିଜର ଛାପ ସୃଷ୍ଟି କରିଛନ୍ତି। ଅନେକ ତାତ୍ସଲ୍ୟ ସହି ପାଇଛନ୍ତି ସଫଳତା।

New Project (35)

ମୁମ୍ବାଇ: ବଲିଉଡ୍ ଷ୍ଟାରମାନଙ୍କ ପରି ଅନେକ ଦକ୍ଷିଣ ଅଭିନେତା ମଧ୍ୟ ସେମାନଙ୍କର ଉତ୍କୃଷ୍ଟ ଅଭିନୟ ଏବଂ ଆକ୍ସନ ମାଧ୍ୟମରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି। ଅଭିନୟ ଜୀବନରେ ଏକ ସଫଳ କଳାକାର ହୋଇପାରିଛନ୍ତି। ତେବେ ଅନେକ କଳାକାର ଅଛନ୍ତି ଯେଉଁମାନେ ସଫଳତାର ସ୍ବାଦ ଚାଖିବା ପାଇଁ ଅନେକ ବାଧାବିଘ୍ନ ଓ ସଂଘର୍ଷର ସାମ୍ନା କରିଛନ୍ତି।

ଏମିତି ଜଣେ କଳାକାର ହେଉଛନ୍ତି ଦକ୍ଷିଣ ସିନେମାର ସୁପରଷ୍ଟାର ଧନୁଷ। ଧନୁଷ ଏକ ଫିଲ୍ମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଅଭିନେତାଙ୍କ ପିତା କସ୍ତୁରୀ ରାଜା ଜଣେ ଅଭିନେତା ଏବଂ ନିର୍ଦ୍ଦେଶକ। ଧନୁଷ ବାପାଙ୍କ ପାଦଙ୍କ ଅନୁସରଣ କରି ଅଭିନୟରେ ପାଦ ଦେଇଥିଲେ। 

ତାଙ୍କର ପ୍ରଥମ ଫିଲ୍ମ ଥିଲା 'ଥୁଲ୍ଲୁଭାଧୋ ଇଲମଇ'। ଯାହା ୨୦୦୨ମସିହାରେ ରିଲିଜ ହୋଇଥିଲା। ଏହାପରେ ଅଭିନେତା ଆଉ ପଛକୁ ଫେରି ନାହାନ୍ତି। ତାଙ୍କ କଠିନ ପରିଶ୍ରମ ପାଇଁ ଇଣ୍ଡଷ୍ଟ୍ରିରେ ଧନୁଷଙ୍କୁ ସୁପରଷ୍ଟାରର ମାନ୍ୟତା ଦିଆଯାଇଥିଲା।

ଧନୁଷ ଆଜି ଯେଉଁ ସଫଳତା ହାସଲ କରିଛନ୍ତି ତାହା ପାଇବା ତାଙ୍କ ପାଇଁ ଆଦୌ ସହଜ ନଥିଲା। ଅଭିନେତା ଏକ ସାକ୍ଷାତକାରରେ ଯୋଗ ଦେଇ କ୍ୟାରିୟର ଆରମ୍ଭ ସମୟକୁ ମନେ ପକାଇ କହିଛନ୍ତି, ‘ ସେଟରେ ଲୋକେ ମୋ ଚେହେରା ଦେଖି ଅଟୋ ଚାଳକ ... ଅଟୋ ଚାଳକ କହି ତାତ୍ସଲ୍ୟ କରୁଥିଲେ।  ମୋତେ ଏସବୁ ବହୁତ ଆଘାତ ଦେଉଥିଲା। ଅନେକ ସମୟରେ ମୁଁ ଗାଡ଼ିକୁ ଆସି ଘଣ୍ଟାଘଣ୍ଟା ଧରି କାନ୍ଦିଛି। ପୁଣି ନିଜ ମନକୁ ବୁଝାଇ ନିଜ ଉପରେ ଭରଷା ରଖି କାମ ଆରମ୍ଭ କରିଥାଏ।’

ଇତିମଧ୍ୟରେ ଧନୁଷ ତାଙ୍କ କଠିନ ପରିଶ୍ରମ ବଳରେ କୋଟି କୋଟି ଟଙ୍କାର ମାଲିକ ହୋଇ ପାରିଛନ୍ତି। ଚେନ୍ନାଇରେ ତାଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି। ଯାହାର ମୂଲ୍ୟ ପ୍ରାୟ ୧୫୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଭିନେତା ପ୍ରାୟ ୨୩୦ କୋଟି ସମ୍ପତ୍ତିର ମାଲିକ। ଧନୁଷ କେବଳ ଦକ୍ଷିଣରେ ନୁହେଁ ବରଂ ବଲିଉଡରେ ମଧ୍ୟ ଅଭିନୟରେ ନିଜର ଛାପ ସୃଷ୍ଟି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe