୮୯ ବର୍ଷରେ ହେଲା ଧର୍ମେନ୍ଦ୍ରଙ୍କର ଆଖି ଅପରେସନ୍‌

Advertisment

୮୯ ବର୍ଷୀୟ ଧର୍ମେନ୍ଦ୍ରଙ୍କର ହେଲା ଆଖି ଅପରେସନ୍‌। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲ୍‌ ବାହାରେ ଦେଖିବାକୁ ମିଳିଛି। ଅଭିନେତାଙ୍କ ବାମ ଆଖିରେ ବ୍ୟାଣ୍ଡେଜ୍‌ ଲଗାଯାଇଥିବାର ଦେଖିବାକୁ ମିଳିଛି।

୮୯ ବର୍ଷୀୟ ଧର୍ମେନ୍ଦ୍ରଙ୍କର ହେଲା ଆଖି ଅପରେସନ୍‌। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲ୍‌ ବାହାରେ ଦେଖିବାକୁ ମିଳିଛି। ଅଭିନେତାଙ୍କ ବାମ ଆଖିରେ ବ୍ୟାଣ୍ଡେଜ୍‌ ଲଗାଯାଇଥିବାର ଦେଖିବାକୁ ମିଳିଛି।

 Bollywood Bubble

ମୁମ୍ବାଇ:  ୮୯ ବର୍ଷୀୟ ଧର୍ମେନ୍ଦ୍ରଙ୍କର ହେଲା ଆଖି ଅପରେସନ୍‌। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲ୍‌ ବାହାରେ ଦେଖିବାକୁ ମିଳିଛି। ଅଭିନେତାଙ୍କ ବାମ ଆଖିରେ ବ୍ୟାଣ୍ଡେଜ୍‌ ଲଗାଯାଇଥିବାର ଦେଖିବାକୁ ମିଳିଛି। ଧର୍ମେନ୍ଦ୍ରଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍ ବିବ୍ରତ ହୋଇ ପଡ଼ିଛନ୍ତି। 

ମାତ୍ର ବିବ୍ରତ ହେବା ପରି କୌଣସି କଥା ନାହିଁ। ସେ ଏବେ ସୁସ୍ଥ ଅଛନ୍ତି ଓ ପୂର୍ବାପେକ୍ଷା ଭଲ ହେଉଛନ୍ତି ବୋଲି ଖବର ରହିଛି। ହସ୍ପିଟାଲ୍‌ ବାହାରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ଧର୍ମେନ୍ଦ୍ରଙ୍କୁ ଦେଖିଲେ ତ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଲେ। ତେବେ ଧର୍ମେନ୍ଦ୍ର ତାଙ୍କ ଶୁଭେଚ୍ଛୁମାନଙ୍କୁ ଉତ୍ତର ଦେଇ କହିଛନ୍ତି ଯେ ସେ ଏବେ ଖୁବ୍ ସୁସ୍ଥ ଓ ଶକ୍ତ ଅଛନ୍ତି।

ସେ କହନ୍ତି, ‘‘ଏବେ ବି ଧର୍ମେନ୍ଦ୍ର ଭିତରେ ଖୁବ୍ ଶକ୍ତି ଅଛି। ମୋର ଆଖି ଅସ୍ତ୍ରୋପଚାର ହୋଇଛି। ମୁଁ ଖୁବ୍‌ ଶକ୍ତ ଅଛି।’’

ବୃତ୍ତିଗତ ସ୍ତରରେ ଦେଖିବାକୁ ଗଲେ ଧର୍ମେନ୍ଦ୍ରଙ୍କର ନିକଟ‌ରେ ରିଲିଜ୍‌ ହୋଇଥିବା ସିନେମା ହେଉଛି ‘ତେରି ବାତେଁ ମେ ଏ‌ସା ଉଲ୍‌ଝା ଜିୟା’। ଏଥିରେ କୃତି ସନନ ଓ ସାହିଦ କପୁର୍‌ ମୁଖ୍ୟ ଭୂମିକା‌ରେ ଅବତୀର୍ଣ୍ଣ ହୋଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe