ଅଭିନେତା ଧର୍ମେନ୍ଦ୍ରଙ୍କୁ ବାଛୁରୀ ଛୁଆ ପାଖ ମଡ଼େଇ ଦଉନି ତାଙ୍କ ଗାଈ, ଟୁଇଟରରେ ସେଆର୍‌ କଲେ ଭିଡ଼ିଓ

ଅଭିନେତା ଧର୍ମେନ୍ଦ୍ରଙ୍କୁ ବାଛୁରୀ ଛୁଆ ପାଖ ମଡ଼େଇ ଦଉନି ତାଙ୍କ ଗାଈ, ଟୁଇଟରରେ ସେଆର୍‌ କଲେ ଭିଡ଼ିଓ

photo-dnaindia.com

ମୁମ୍ବାଇ: ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଦେଓଲ୍‌ ଏବେ ତାଙ୍କ ଟୁଇଟର ଆକାଉଣ୍ଟ୍‌ରେ ଏକ ଭିଡ଼ିଓ ସେଆର୍‌ କରିଛନ୍ତି, ଯାହାକି ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏଥିରେ ସେ ତାଙ୍କ ଗାଈ ଏବଂ ତା’ର ନବଜାତ ବାଛୁରୀ ଛୁଆର ଫଟୋକୁ ପ୍ରଶଂସକଙ୍କୁ ଦେଖାଇବା ଲାଗି ଏବଂ ସେମାନଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ମେସେଜ୍‌ ମଧ୍ୟ ଲେଖିଛନ୍ତି।

ଏଥିରେ ଅଭିନେତା ଧର୍ମେନ୍ଦ୍ର ତାଙ୍କ ଗାଈ ଏବଂ ନବଜାତ ବାଛୁରୀ ଛୁଆର ଭିଡ଼ିଓ ଓ ଫଟୋକୁ ନିଜ ଟୁଇଟର ପେଜ୍‌ରେ ସେୟାର୍‌ କରିଛନ୍ତି। ଏଥିସହିତ ସେ ବ୍ଲଗ୍‌ରେ ତାଙ୍କର ଗାଈ ତାଙ୍କୁ ବାଛୁରୀ ଛୁଆର ପାଖ ମଡ଼େଇ ଦେଉନଥିବା କଥା ବି ଜଣାଇଛନ୍ତି। ଏଥିସହିତ ସମସ୍ତ ମା’ ତାଙ୍କ ପିଲା ପାଇଁ ରକ୍ଷାତ୍ମକ ହୋଇଥା’ନ୍ତି ବୋଲି ସେ ଦର୍ଶାଇଛନ୍ତି। ତେବେ ଧର୍ମେନ୍ଦ୍ରଙ୍କର ଏହି ଭିଡ଼ିଓଟି ଏବେ ସୋସିଆଲ୍‌ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେବା ସାଂଗକୁ ଲୋକଙ୍କୁ ମଧ୍ୟ ପସନ୍ଦ ଆସିଛି।

publive-image photo-news18.com

ଆପଣଙ୍କ ସୂଚନା ପାଇଁ ଜଣାଉଛୁ କି ଏହି ଭିଡ଼ିଓଟି ଧର୍ମେନ୍ଦ୍ରଙ୍କ ଫାର୍ମହାଉସ୍‌ ରେ ଥିବା ଗୋଶାଳାର ଅଟେ।କିଛି ଦିନ ହେବ ଧର୍ମେନ୍ଦ୍ର ତାଙ୍କ ଫାର୍ମହାଉସ୍‌ରେ ରହୁଥିବା କାରଣରୁ ସେ ପ୍ରାୟତଃ ଏଠାକାର ଭିଡ଼ିଓ ଏବଂ ଫଟୋ ଉତ୍ତୋଳନ କରି ସେୟାର୍‌ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe