www.indiatoday.in
ମୁମ୍ବାଇ: ନିଜ ଛୁଆମାନଙ୍କୁ ଗୀତ ଗାଇ ଖୁଆଇବା, ଶୁଆଇବା, ବୁଝାଇବା ସବୁ ମାଆଙ୍କ କାମ ହୋଇଥାଏ। କେଉଁ ମାଆ ଲୋରି ଶୁଣାଇଥାଆନ୍ତି, କେହି କେହି ଭଜନ ଶୁଣାଇ ଥାଆନ୍ତି ତ ପୁଣି କେହି ଆଧୁନିକ ଗୀତ ବି ଶୁଣାଇଥାଆନ୍ତି।
ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର୍ କରିଛନ୍ତି ୭୦-୮୦ ଦଶକର ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର। ସେ ସେୟାର କରିଥିବା ଭିଡିଓରେ ଜଣେ ମାଆ ତାଙ୍କ ଛୁଆକୁ ‘ୟମ୍ଲା ପଗ୍ଲା ଦିୱାନା’ ଗୀତ ଗାଇ ହସାଉଥିବାର ଦେଖିବାକୁ ମିଳିଛି।
ସେହି ଭିଡିଓକୁ ଧର୍ମେନ୍ଦ୍ର ସେୟାର କରି ଲେଖିଛନ୍ତି, ‘ବନ୍ଧୁମାନେ, ଆଜିକା ସମୟର ଜଣେ ମାଆ ନିଜର ସରଳ ପିଲାକୁ ବୁଝାଇବା ପାଇଁ ମୋର ପୁରୁଣା ଗୀତ ଶୁଣାଉଥିବା ଜାଣି ମୁଁ ଖୁବ୍ ଆନନ୍ଦିତ ହେଲି। ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ।’
ଧର୍ମେନ୍ଦ୍ର ଭିଡିଓଟିକୁ ସେୟାର କରିବା ପରେ ଏହାର ଭିୟୁ ୩୦ ହଜାର ହୋଇ ସାରିଲାଣି। ଟ୍ବିଟର୍ ବ୍ୟବହାରକାରୀ ବି ଭିଡିଓଟିକୁ ଦେଖି ଖୁବ୍ ଖୁସି ହୋଇଛନ୍ତି ଓ ଖୁବ୍ ଭଲ ଭଲ କମେଣ୍ଟ୍ ବି କରିଛନ୍ତି।
Follow Us