ମୁମ୍ବାଇ: ବିଗିଡ଼ିଲା ବଲିଉଡ ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା। ଗତ କିଛି ଦିନ ଧରି ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ଆଜି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାଯାଇଛି। ସୂଚନା ମିଳିଛି ଯେ, ଆଜି ତାଙ୍କ ଅବସ୍ଥା ଆହୁରି ଖରାପ ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ସହ ଭେଣ୍ଟିଲେଟରରେ ରଖାଯାଇଛି।  ଏଭଳି ହଠାତ୍ ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବ‌ାରୁ ପରିବାର ଓ ସମ୍ପର୍କୀୟମାନେ ତାଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ଆସିବା ଆରମ୍ଭ କରିଛନ୍ତି।

Advertisment

ଏହି ଖବର ଆସିବା ପରେ ଏବେ ତାଙ୍କ ପ୍ରଶଂସକ ତାଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି। କୁହାଯାଉଛି ଯେ, ସେ ବୟସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ। 

୧୦ଦିନ ପୂର୍ବେ ହୋଇଥିଲେ ଭର୍ତ୍ତି

ଅଭିନେତାଙ୍କୁ ପ୍ରାୟ ୧୦ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଟିମ୍ ସ୍ୱାସ୍ଥ୍ୟାବସ୍ଥ‌ାର ସୂଚନା ଦେଇ କହିଥିଲେ ଯେ, ଏହା ଏକ ନିୟମିତ ଯାଞ୍ଚର ଅଂଶ ଥିଲା ଯାହା ପୂର୍ବରୁ ଯୋଜନା କରାଯାଇଥିଲା। ତେଣୁ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

ହେମା ମାଳିନୀ ମଧ୍ୟ ଦେଇଥିଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ।

କିଛି ଦିନ ପୂର୍ବେ, ଯେତେବେଳେ ଫଟୋଗ୍ରାଫରମାନେ ହେମା ମାଳିନୀଙ୍କୁ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ, ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାର ଇଙ୍ଗିତ କରିଥିଲେ। ହାତ ଯୋଡ଼ି ହେମା ମାଳିନୀ ସମସ୍ତଙ୍କୁ କହିଥିଲେ ଯେ, ଧର୍ମେନ୍ଦ୍ର ଏବେ ସୁସ୍ଥ ଅଛନ୍ତି।

ଚେକଅପ୍ ପାଇଁ ଆମେରିକା ଯାଇଥିଲେ ଧର୍ମେନ୍ଦ୍ର।

ଧର୍ମେନ୍ଦ୍ର ନିୟମିତ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ପ୍ରଥମ ଥର ନୁହେଁ। ତାଙ୍କୁ ଏବେ ୮୯ବର୍ଷ ବୟସ। ତେଣୁ ସେ ନିଜ ସ୍ବାସ୍ଥ୍ୟକୁ ନେଇ ଖୁବ ସତର୍କ ରହିଥାନ୍ତି। କିଛି ଦିନ ତଳେ ଅଭିନେତା ବୟସ ସମ୍ପର୍କିତ ଜଟିଳତା ଯୋଗୁଁ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। 

ଆହୁରି ପଢ଼ନ୍ତୁ: China revenue-from Alcohol: ମଦ ବିକି ଧନୀ ଚୀନ୍: ଭାରତ-ଆମେରିକା ବହୁ ପଛରେ

ଆହୁରି ପଢ଼ନ୍ତୁ: Harmanpreet Kaur Should Removed: ହରମନଙ୍କୁ ଅଧିନାୟକତ୍ବ ଛାଡ଼ିଦେବା ଉଚିତ୍: ପୂର୍ବତନ ଅଧିନାୟକ ଶାନ୍ତା ରଙ୍ଗାସ୍ବାମୀ