ଜନ୍ମଦିନରେ ରିଲିଜ ହେଲା ରଣବୀରଙ୍କ ଆଗାମୀ ସିନେମା 'ଧୁରନ୍ଧର'ର ଟିଜର

59993181-76b7-4f11-ba3c-253464d49994

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ଜନ୍ମଦିନରେ ତାଙ୍କ ଆଗାମୀ ଫିଲ୍ମ 'ଧୁରନ୍ଧର'ର ଟିଜର ରିଲିଜ୍ ହୋଇଛି। ସିନେମା ଟଜରରେ ରଣବୀର ସିଂହଙ୍କ ଗ୍ୟାଙ୍ଗଷ୍ଟର ଅବତାର ଦେଖି ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି।

ଅଭିନେତାଙ୍କ ଏଭଳି ଜବରଦସ୍ତ ପ୍ରତ୍ୟାବର୍ତ୍ତନକୁ ଦେଖି ପ୍ରଶଂସକମାନେ ବେଶ ଖୁସି ହୋଇଯାଇଛନ୍ତି।  'ଧୁରନ୍ଧର' ମାଧ୍ୟମରେ, ରଣବୀର ସିଂହ ଅଢ଼େଇ ବର୍ଷ ପରେ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି। ସେ ଶେଷ ଥର ପାଇଁ ଆଲିଆ ଭଟ୍ଟଙ୍କ ସହିତ 'ରକି ଔର ରାନୀ କି ପ୍ରେମ କାହାଣୀ' ଫିଲ୍ମରେ ନଜର ଆସିଥିଲେ। ଏହି ସିନେମାଟି ୨୦୨୩ ଜୁଲାଇ ୨୮ତାରିଖରେ ମୁକ୍ତିଲାଭ କରିଥିଲା। ଏବେ 'ଧୁରନ୍ଧର'ର ଟିଜରରେ ଅଭିନେତାଙ୍କ ଅଭିନୟ ଦେଖି ସିନେମା ରିଲିଜକୁ ଦର୍ଶକ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

ରଣବୀର ସିଂହ ଇନଷ୍ଟାଗ୍ରାମରେ 'ଧୁରନ୍ଧର'ର ଟିଜର ସେୟାର କରିଛନ୍ତି । ଏହି ପୋଷ୍ଟ ଦେଖି ଜଣେ ପ୍ରଶଂସକ ଲେଖିଛନ୍ତି- 'ମୋ ସିଂହ ଜଙ୍ଗଲକୁ ଫେରି ଆସିଛି।' 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe