ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ଗର୍ଭବତୀ ହେବା ଜଣକର ବ୍ୟକ୍ତିଗତ ନିଷ୍ପତ୍ତି : ଦିୟା ମିର୍ଜା

Advertisment
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ଗର୍ଭବତୀ ହେବା ଜଣକର ବ୍ୟକ୍ତିଗତ ନିଷ୍ପତ୍ତି : ଦିୟା ମିର୍ଜା

thequint

ମୁମ୍ବାଇ: ନିଜର ବ୍ୟବସାୟୀ ପ୍ରେମିକ ବୈଭବ ରେଖୀଙ୍କୁ ଫେବ୍ରୁଆରି ୧୫, ୨୦୨୧ ତାରିଖରେ ବିବାହ କରିଥିଲେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା। ତାଙ୍କ ବିବାହରେ ମାତ୍ର ଅଳ୍ପ କେଇ ଜଣ ସଂପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ରହିଥିଲେ। ଏହି ଯୋଡ଼ି ୨୦୨୦ଠାରୁ ପରସ୍ପରଙ୍କୁ ଡେଟିଂ କରୁଥିଲେ ବୋଲି ପୂର୍ବରୁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ‌ହୋଇଥିଲା। ଏହାପରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ। ଏହା ଦିୟାଙ୍କ ଦ୍ବିତୀୟ ବିବାହ ଥିଲା। ତେବେ ବିବାହର କିଛି ଦିନ ପରେ ଦିୟା ଗର୍ଭବତୀ ଥିବା ଜଣାପଡ଼ିଥିଲା। ଜୁଲାଇ ମାସରେ ଅର୍ଥାତ ବିବାହର ୫ ମାସ ଭିତରେ ସେ ସନ୍ତାନକୁ ଜନ୍ମ ଦେଇଥିଲେ।  ଏହା ପରେ ସେ ବିବାହ ପୂର୍ବରୁ ଗର୍ଭବତୀ ଥିବା ଜଣାପଡ଼ିବାରୁ ଲୋକେ ତାଙ୍କୁ ଟ୍ରୋଲ କରିଥିଲେ। ଏବେ ଦିୟା ଏ ନେଇ ମୁହଁ ଖୋଲିବା ସହ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ଗର୍ଭବତୀ ହେବା ଜଣକର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି।

ଜାତୀୟ ଗଣମାଧ୍ୟମ ଇ-ଟାଇମ୍ସକୁ ସାକ୍ଷାତକାର ଦେଇ ଦିୟା କହିଛନ୍ତି ଯେ, ମୁଁ ଭାବୁଛି ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ଗର୍ଭବତୀ ହେବା ଜଣକର ବ୍ୟକ୍ତିଗତ ପସନ୍ଦ। ଯେତେବେଳେ ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ବ୍ୟକ୍ତିଗତ ପସନ୍ଦର ଶକ୍ତି ବିଷୟରେ କଥା ଆସେ, ଏହାକୁ କେବଳ ସେହିମାନେ କରିପାରିବେ, ଯେଉଁମାନେ ବ୍ୟକ୍ତିଗତ ନିଷ୍ପତ୍ତି ନେବାକୁ ଭୟ କରନ୍ତି ନାହିଁ। କେତେକ ଲୋକ ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ଏବଂ ବିବାହ ପୂର୍ବରୁ ଗର୍ଭଧାରଣକୁ ଭୁଲ ଭାବୁଥିବା ବେଳେ କିଛି ଏହାକୁ ଠିକ ବୋଲି ଭାବନ୍ତି। ଆମେ ନିଜକୁ ଯେତିକି ପ୍ରଗତିଶୀଳ ଭାବୁଛୁ ସେତିକି  ହୋଇପାରିଛେ ବୋଲି ମୁଁ ଭାବୁ ନାହିଁ। ତାଙ୍କର ଏଭଳି ବୟାନକୁ ନେଇ କିଛି ଲୋକ ତାଙ୍କୁ ସମର୍ଥନ କରିଥିବା ବେଳେ କିଛି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe