ସଂଜୟ ଦତ୍ତଙ୍କ ପତ୍ନୀ ମାନ୍ୟତାଙ୍କ ଭୂମିକାରେ ଦିୟା!

Advertisment
୧୬ ବର୍ଷରେ ପାର୍ଟଟାଇମ୍‌ କାମ ଆରମ୍ଭ କରିଥିଲେ ଦିୟା ମିର୍ଜା

ph-aajtak

ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ୍‌କୁମାର ହିରାନୀଙ୍କ ଆଗାମୀ ଫିଲ୍ମ ଜରିଆରେ ଅଭିନେତ୍ରୀ ଦିୟା ମିର୍ଜା ପୁଣିଥରେ ଫିଲ୍ମ ଦୁନିଆକୁ କମ୍‌ବ୍ୟାକ୍‌ କରୁଛନ୍ତି। ଏଥିରେ ଅଭିନେତା ସଂଜୟ ଦତ୍ତଙ୍କ ପତ୍ନୀ ମାନ୍ୟତାଙ୍କ ଭୂମିକାରେ ଦେଖିବାକୁ ମିଳିବ ତାଙ୍କୁ। ତେବେ ଏପର୍ଯ୍ୟନ୍ତ ଏହି ଫିଲ୍ମର  ଟାଇଟଲ୍‌ ଫାଇନାଲ୍‌ ହୋଇନଥିବାବେଳେ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଅଭିନେତ୍ରୀ ଦୀୟା ଫିଲ୍ମ ସେଟ୍‌କୁ ଆସିବା ପୂର୍ବରୁ ନର୍ଭସ ହୋଇଛନ୍ତି। ଆଉ ଯେଉଁ କଥାକୁଖୋଦ୍‌ ନିଜେ ସ୍ୱୀକାର କରିଛନ୍ତି ଅଭିନେତ୍ରୀ ଦିୟା।ତେବେ ଏହାର କାରଣ ପଚରାଯିବାରୁ ସେ କହିଛନ୍ତି ଯେ,ବିଗତ ଦୁଇବର୍ଷଧରି ଲାଇମ୍‌ ଲାଇଟ୍‌ରୁ ଦୂରେଇ ରହିବା କାରଣରୁ ସେ ସୁଟିଂ ସେଟ୍‌କୁ ଯିବା ପୂର୍ବରୁ ନର୍ଭସ ହେଉଥିଲେ। ହେଲେ ଯେତେବେଳେ ସେ ସୁଟିଂ ସେଟ୍‌ରେ ଆକ୍ଟିଂ କରୁଛନ୍ତି ସେତେବେଳ ତାଙ୍କୁ ବହୁତ ହିଁ ମଜା ଲାଗୁଛି।ସଂଜୟ ଦତ୍ତଙ୍କବାୟୋପିକ୍‌ ବୋଲି କୁହାଯାଉଥିବା ଏହି ସିନେମାରେ ରଣବୀର୍‌ କପୁର ଅଛନ୍ତିସଂଜୟ ଦତ୍ତଙ୍କ ଭୂମିକାରେ। ଏତଦବ୍ୟତୀତ ଅନୁଷ୍କା ଶର୍ମା ,ପରେଶ ରାଓ୍ଵଲ୍‌ ଏବଂ ସୋନମ୍‌ କପୁର ବି ଅଛନ୍ତି ଏଥିରେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe