ଗର୍ଭବତୀ ଅଛନ୍ତି ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା, ଇନଷ୍ଟାରେ ଫଟୋ ସେୟାର କରି ସୂଚନା ଦେଲେ

Advertisment
ଗର୍ଭବତୀ ଅଛନ୍ତି ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା, ଇନଷ୍ଟାରେ ଫଟୋ ସେୟାର କରି ସୂଚନା ଦେଲେ

ମୁମ୍ବାଇ : ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା। ଏ ନେଇ ସେ ନିଜ ଇନଷ୍ଟାରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୧୫ରେ ଦିୟା ମିର୍ଜା ନିଜର ବ୍ୟବସାୟୀ ପ୍ରେମିକ ବୈଭବ ରେଖୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହ ଉତ୍ସବରେ କେବଳ ଉଭୟଙ୍କର କିଛି ହାତଗଣତି ବନ୍ଧୁ ଉପସ୍ଥିତ ଥିଲେ। ବିବାହର ୨ ଦିନ ପୂର୍ବରୁ ହିଁ ଦିୟା ନିଜର ଦ୍ବିତୀୟ ବିବାହ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଦିୟା ଏହି ଖୁସି ଖବର ଦେବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ପ୍ରକାଶଯୋଗ୍ୟ, ଦିୟା ମିର୍ଜା ଅଗଷ୍ଟ ୨୦୧୯ରେ ସାହିଲ ସାଙ୍ଗାଙ୍କୁ ଛାଡ଼ପତ୍ର ଦେବାର ଖବର ଗଣମାଧ୍ୟମକୁ ଦେଇଥିଲେ। ସେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସାହିଲଙ୍କଠାରୁ ଅଲଗା ହେବା କଥା ସେୟାର କରିଥିଲେ। ଦିୟା-ସାହିଲଙ୍କର ବିବାହ ୨୦୧୪ରେ ହୋଇଥିଲା। ୫ ବର୍ଷର ବୈବାହିକ ସଂପର୍କ ପରେ ଦୁହେଁ ପରସ୍ପରର ସହମତିରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe