ମୃତ୍ୟୁ ପୂର୍ବରୁ ୧୦୦ ନମ୍ବରକୁ ଡଏଲ୍‌ କରିଥିଲେ କି ଦିଶା? ‌ପାର୍ଟିରେ ସେ ଅସଦାଚରଣର ଶିକାର ହୋଇଥିଲେ କି ??

Advertisment
ମୃତ୍ୟୁ ପୂର୍ବରୁ ୧୦୦ ନମ୍ବରକୁ ଡଏଲ୍‌ କରିଥିଲେ କି ଦିଶା? ‌ପାର୍ଟିରେ ସେ ଅସଦାଚରଣର ଶିକାର ହୋଇଥିଲେ କି ??

ନୂଆଦିଲ୍ଲୀ:  ଜୁନ୍ ୧୪ ତାରିଖରେ ଆତ୍ମହତ୍ୟା କରିଥିବା ବଲିଉଡ୍ ଅଭିନେତା ସୁଶାନ୍ତ ସିିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ପରଦା ଉଠିପାରିନି। ଆପଣ ଜାଣିଥିବେ ନିଶ୍ଚୟ ଯେ ସୁଶାନ୍ତଙ୍କ ମୃତ୍ୟୁର ୬ ଦିନ ପୂର୍ବରୁ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ ମଧ୍ୟ ଆତ୍ମହତ୍ୟା କରିଥିଲେ। ସପ୍ତାହକ ମଧ୍ୟରେ ସୁଶାନ୍ତ ଓ ତାଙ୍କ ମ୍ୟାନେଜର ଦୁଇ ଜଣଙ୍କର ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିବା ବେଳେ ଦିଶା ତାଙ୍କ ମୃତ୍ୟୁ ପୂର୍ବରୁ ପୁଲିସର ସାହାଯ୍ୟ ଲାଗି ୧୦୦ ନମ୍ବର ଡାଏଲ୍‌ କରିଥିଲେ ବୋଲି ଏକ ଖବର ସୋସିଆଲ୍‌ ମିଡିଆରେ ପ୍ରଘଟ ହୋଇଥିଲା।

ନିକଟରେ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବାସ୍ତବରେ ଦିଶା ୧୦୦ ନମ୍ବରକୁ ଡାଏଲ କରି ନଥିଲେ। ମୁମ୍ବାଇ ପୁଲିସ୍‌ ଏ ସଂପର୍କରେ ସୂଚନା ଦେଇ ସ୍ପଷ୍ଟ କରିଛି। ଦିଶା ମୃତ୍ୟୁ ପୂର୍ବରୁ ତାଙ୍କର ଶେଷ କଲ୍‌ ସେ ତାଙ୍କ ବନ୍ଧୁ ଅଙ୍କିତାଙ୍କୁ କରିଥିଲେ। ତେବେ ସୁଶାନ୍ତ ମୃତ୍ୟୁ ମାମଲାରେ ତଦନ୍ତକୁ ବାଟବଣା କରୁଥିବା ମୁମ୍ବାଇ ପୁଲିସର ଏହି ତଥ୍ୟ କେତେ ଠିକ ତାହା ଏବେ ଆ‌ଲୋଚନାର ବିଷୟ ହୋଇଛି।

publive-image Meena Trade

ଉଲ୍ଲେଖଯୋଗ୍ୟ, ବିଜେପି ବିଧାୟକ ନିତେଶ ରାଣେ ଦାବି କରି କହିଥିଲେ ଯେ ଜୁନ୍‌ ୮ ତାରିଖ ରାତିରେ ହୋଇଥିବା ପାର୍ଟିରେ ଦିଶାଙ୍କ ସହ ତାଙ୍କ ପ୍ରେମିକ ରୋହନ ରାୟ ଉପସ୍ଥିତ ଥିଲେ। ଦିଶା ତାଙ୍କ ଶେ‌ଷ କଲ୍‌ ପୁଲିସ୍‌କୁ କରିଥିଲେ ଓ ରୋହନଙ୍କୁ ଏ ବିଷୟରେ ଜଣାଅଛି। ମାତ୍ର ଦିଶାଙ୍କ ମୃତ୍ୟୁ ପରଠାରୁ  ରୋହନଙ୍କର ପତ୍ତା ମିଳୁନାହିଁ । ବିଧାୟକଙ୍କ ଏପରି ଅଭିଯୋଗ ପରେ ମୁମ୍ବାଇ ପୁଲିସ୍‌ ଏ ନେଇ ସ୍ପ‌ଷ୍ଟ କରିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନିତେଶ ରାଣେ ଅଭିଯୋଗ ଆଣି ଆହୁରି ବି କହିଥିଲେ ଯେ ଦିଶା ଜୁନ୍ ‌୮ ତାରିଖରେ ପାର୍ଟିରେ ଅସଦାଚରଣର ଶିକାର ହୋଇଥିଲେ ଏବଂ ଏହି  କଥା ସେ ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କୁ ମଧ୍ୟ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe