ଗିରଫରୁ ବଞ୍ଚିବା ପାଇଁ କ୍ରାଇମ ବ୍ରାଞ୍ଚ ଅଧିକାରୀଙ୍କୁ ରାଜ ୨୫ଲକ୍ଷ ଟଙ୍କାର ଲାଞ୍ଚ ଦେଇଥିଲେ

Advertisment
ଗିରଫରୁ ବଞ୍ଚିବା ପାଇଁ କ୍ରାଇମ ବ୍ରାଞ୍ଚ ଅଧିକାରୀଙ୍କୁ ରାଜ ୨୫ଲକ୍ଷ ଟଙ୍କାର ଲାଞ୍ଚ ଦେଇଥିଲେ

ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ ରାଜକୁନ୍ଦ୍ରାଙ୍କ ବିରୋଧରେ ଯାଞ୍ଚ କଡ଼ାକଡ଼ି କରି ଦେଇଛି। ପୁଲିସ ତାଙ୍କର ସମସ୍ତ କାର୍ଯ୍ୟାଳୟର ଛାନଭିନ କରିଛି। ଏହି କ୍ରମରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ଦାବି କରିଛି କି, ରାଜ ଗିରଫରୁ ବଞ୍ଚିବା ପାଇଁ କ୍ରାଇମ ବ୍ରାଞ୍ଚ ଅଧିକାରୀଙ୍କୁ ୨୫ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ ରାଜଙ୍କ ନାମରେ ଏହି ଅଭିଯୋଗ ଅରବିନ୍ଦ ଶ୍ରୀବାସ୍ତବ ଓରଫ ୟଶ ଠାକୁର ଆଣିଛନ୍ତି। ୟଶଙ୍କ ନାମ ଏହି ରାକେଟରେ ସାମିଲ ଥିବା ନେଇ ମାର୍ଚ୍ଚ ମାସରେ ସାମ୍ନାକୁ ଆସିଥିଲା। ୟଶ ଏସିବିକୁ ମେଲ କରି ଏହି ଅଭିଯୋଗ କରିଥିଲେ। ଏପରିକି ଗିରଫରୁ ବଞ୍ଚିବା ପାଇଁ ରାଜ କ୍ରାଇମ ବ୍ରାଞ୍ଚ ଅଧିକାରୀଙ୍କୁ ୨୫ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ନେଇ ୟଶ ମୁମ୍ବାଇ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲେ। ପୁଲିସ ଏଯାବତ ଏହି ମାମଲାକୁ ନେଇ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନାହିଁ।

ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ ଘଟଣାରେ ଜୁଲାଇ ୧୯ ତାରିଖ ଗିରଫ କରାଯାଇଥିବା ବେଳେ ଜୁଲାଇ ୨୩ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଅଯାଇଛି। କ୍ରାଇମ ବ୍ରାଞ୍ଚ ରାଜଙ୍କ ଘରେ ଚଢ଼ାଉ କରି ୭୦ଟି ଭିଡିଓ ଜବତ କରିଛନ୍ତି। ଏମିତି ଖବର ଆସିଛି ଏହି ଘଟଣାର ତଦନ୍ତ ପାଇଁ ରାଜ ପୁଲିସକୁ ସହଯୋଗ କରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe