ପ୍ରିୟଙ୍କାଙ୍କ ପୋଲ ଖୋଲିଦେଲେ ହଲିଉଡ୍‌ ନାୟିକା ! ଏଭଳି କମେଣ୍ଟ କରି ଗର୍ଭବତୀ ଥିବା ଖବରକୁ ସ୍ପଷ୍ଟ କଲେ

Advertisment
ପ୍ରିୟଙ୍କା ଚୋପ୍ରାଙ୍କୁ ପାକିସ୍ତାନର ଟାର୍ଗେଟ, ଗୁଡଓ୍ଵିଲ ଆମ୍ବାସାଡର ପଦରୁ ବାହାର କରିବାକୁ ଜାତିସଂଘକୁ ଚିଠି ଲେଖିଲା

Lehren

ନୂଆଦିଲ୍ଲୀ : କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯାହାକୁ ଦେଖିବା ପରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । କିନ୍ତୁ ପରେ ପ୍ରିୟଙ୍କା ଏବଂ ତାଙ୍କ ମା’ ଏହି ଚର୍ଚ୍ଚାକୁ ଗୁଜବ ବୋଲି କହି ଗର୍ଭବତୀ ଥିବା ଖବରକୁ ମିଛ ବୋଲି ସ୍ପଷ୍ଟ କରିଥିଲେ । ତେବେ କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ପ୍ରିୟଙ୍କା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୁରୁବାର ପ୍ରିୟଙ୍କା ଏକ କଳା ରଙ୍ଗର ଗାଉନ୍‌ ପିନ୍ଧି କାନ୍ସର ରେଡ୍‌ କାର୍ପେଟରେ ପହଞ୍ଚିଥିଲେ, ଯାହାର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଫଟୋରେ ପ୍ରିୟଙ୍କାଙ୍କ ପେଟ ଟିକେ ବଡ଼ ଜଣା ପଡ଼ୁଥିବାରୁ ପୁଣି ଥରେ ସେ ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏହା ସହ ହଲିଉଡ୍‌ ଅଭିନେତ୍ରୀ ଓକ୍ଟାଭିଆ ସ୍ପେନ୍ସରଙ୍କ କମେଣ୍ଟ ଏହି ଚର୍ଚ୍ଚାକୁ ଆହରି ମଜବୁତ କରିଛି ।

publive-image aajtak.intoday.in

ସୂଚନା ମୁତାବକ, ଇନ୍‌ଷ୍ଟାରେ ପ୍ରିୟଙ୍କା କାନ୍ସ ରେଡ୍‌ କାର୍ପେଟର ଫଟୋ ସେୟାର କରିଥିଲେ । ଯାହାକୁ ଦେଖି ଷ୍ଟନିଙ୍ଗ୍‌ ମାମସିଟା(ହଟ୍‌ ମାମା) ବୋଲି ଲେଖିଥିଲେ ଓକ୍ଟାଭିଆ । ତାଙ୍କର ଏଭଳି କମେଣ୍ଟ ଏବେ ଚର୍ଚ୍ଚାକୁ ଆହୁରି ବଢ଼ାଇଛି । ତେବେ ପ୍ରିୟଙ୍କା କେବେ ଏହି ଖବରକୁ ଅଧିକାରୀକ ଭାବେ ଘୋଷଣା କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe