ବଲିଉଡ୍‌କୁ ନାଁ କହିଥିବା ଜାଇରା କଲେ କି ‘ବିଗ୍‌ବସ’କୁ ହଁ? ବଲିଉଡ୍‌ରୁ ବିଦାୟ ନେବା ତାଙ୍କ କୌଶଳ ବୋଲି ହେଉଛି ଚର୍ଚ୍ଚା

Advertisment
ବଲିଉଡ୍‌କୁ ନାଁ କହିଥିବା ଜାଇରା କଲେ କି ‘ବିଗ୍‌ବସ’କୁ ହଁ? ବଲିଉଡ୍‌ରୁ ବିଦାୟ ନେବା ତାଙ୍କ କୌଶଳ ବୋଲି ହେଉଛି ଚର୍ଚ୍ଚା

(Photo Credits: Yogen Shah)

ମୁମ୍ବାଇ: ‘ଦଙ୍ଗଲ୍‌’ ଚଳଚ୍ଚିତ୍ରରେ କୋଟି କୋଟି ଲୋକଙ୍କ ମନ ଜିଣିବା ପରେ ଲୋକପ୍ରିୟ ହୋଇଥିବା ଜାଇରା ଓ୍ଵାସିମ୍‌ ତାଙ୍କ ଚଳଚ୍ଚିତ୍ର ହିଟ୍‌ ହେବା ପରେ ପରେ ଅଫ୍‌ର ଉପରେ ଅଫର୍‌ ପାଇଥିଲେ। ‘ଦଙ୍ଗଲ୍‌’ ପରେ ଆମୀରଙ୍କ ସହ ଏକ ମ୍ୟୁଜିକାଲ୍‌ ଡ୍ରାମା ଭିଡିଓରେ ବି ନଜର ଆସିଥିଲେ ଜାଆରା। ଖାଲି ସେତିକି ନୁହେଁ, ତାଙ୍କର ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଚଳଚ୍ଚିତ୍ରର ସୁଟିଂ ୨୦୧୯ ମାର୍ଚ ମାସରେ ସମାପ୍ତ ହୋଇଛି।

ନିକଟରେ ଧର୍ମଗତ କାରଣ ପାଇଁ ବଲିଉଡ୍‌ ଛାଡୁଛନ୍ତି ବୋଲି ଜାଇରା ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ଘୋଷଣା କରିବା ପରେ ଦେଶରେ ଚହଳ ପଡ଼ିଯାଇଛି। ଜାଇରାଙ୍କ ପରି ଜଣେ ଦକ୍ଷ ଅଭିନେତ୍ରୀ ଅଭିନୟ ଛାଡ଼ିବା କଥା ଶୁଣିବା ପରେ ତାଙ୍କ ପ୍ରଶଂସକ ମହଲରେ ବିଶାଦ ଦେଖା ଦେଇଛି।

publive-image Facebook

ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ଯେ ଜାଇରାଙ୍କ ସଂପର୍କରେ ଭିନ୍ନ ଏକ କଥା ଶୁଣାଯାଉଛି। ଗଣମାଧ୍ୟମ ସଂସ୍ଥା ‘ଇଣ୍ଟର୍‌ନେସନାଲ୍‌ ବିଜିନେସ୍‌ ଟିକମ୍ସ’ରେ ପ୍ରକାଶ ପାଇଥିବା ଖବର ମୁତାବକ, ଏହା ଜାଇରାଙ୍କର ଏକ କୌଶଳ। ସେ ସଲମାନଙ୍କ ସୋ’ ‘ବିଗ୍‌ବସ୍‌’ରେ ବିଜୟୀ ହେବା ଲକ୍ଷ୍ୟରେ ଏପରି ଘୋଷଣା କରିଛନ୍ତି।

ଜାଇରାଙ୍କୁ ପୂର୍ବରୁ ବିଗ୍‌ବସ୍‌ ପାଇଁ ଅଫର୍‌ ମିଳିସାରିଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ‘ବିଗ୍‌ବସ୍‌- ସିଜିନ୍‌ ୧୧’ରେ ବିଜୟିନୀ ହୋଇଥିବା ଶିଳ୍ପା ସିନ୍ଧେ ବି ‘ବିଗ୍‌ବସ୍‌’ ହାଉସ୍‌କୁ ଯିବା ପୂର୍ବରୁ ଅଭିନୟ ଛାଡୁଛନ୍ତି ବୋଲି ପ୍ରକାଶ କରିଥିଲେ। ଜାଇରା ତାଙ୍କୁ ଅନୁକରଣ କରୁଛନ୍ତି ବୋଲି ଅନେକ ମହଲରେ କଥା ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe