ଜୀସାର୍ଥକରେ ପ୍ରସାରିତ ଲୋକପ୍ରିୟ ସୋ’ ‘ଦିଦି ନମ୍ବର ୧’ କାର୍ଯ୍ୟକ୍ରମକୁ ଦର୍ଶକଙ୍କ ଢେର୍ ଭଲ ପାଇବା ମିଳିଛି। ଏହି ସୋ’ର ପ୍ରସାରଣ ୨୦୨୨ ମଇ ୩୧ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହା ଦର୍ଶକଙ୍କର ସମର୍ଥନ ପାଇ ଆଗକୁ ବଢ଼ିଥିଲା। ବହୁ ପ୍ରଶଂସା ସାଉଁଟିବା ପରେ ‘ଦିଦି ନମ୍ବର ୧’ ୮୦୦ ଏପିସୋଡ୍ରେ ପଦାର୍ପଣ କରିଛି।
ଓଡ଼ିଆ ଚଳଚ୍ଚିତ୍ର ନାୟିକା ଲିପିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାରୁ ମହିଳାମାନେ ଭାଗ ନେବା ସହିତ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଏହି ମଞ୍ଚରେ ମହିଳାମାନେ ନିଜ କାହାଣୀ ଦ୍ୱାରା ଅନ୍ୟମାନଙ୍କୁ ପ୍ରେରଣା ଦେଇଥାନ୍ତି। କୁନି କୁନି ପିଲାମାନେ ମଧ୍ୟ ଦର୍ଶକଙ୍କର ଖୁବ୍ ମନୋରଞ୍ଜନ କରିଥାନ୍ତି।
Follow Us