ଶେଷ ଥର ପାଇଁ ସୁଶାନ୍ତଙ୍କୁ ଫିଲ୍ମ 'ଦିଲ୍ ବେଚାରା'ରେ ଦେଖିବା ପରେ ଟୁଇଟ୍ କରି ଏଭଳି ପ୍ରତିକ୍ରିୟା ରଖିଲେ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ

Advertisment
ଶେଷ ଥର ପାଇଁ ସୁଶାନ୍ତଙ୍କୁ ଫିଲ୍ମ 'ଦିଲ୍ ବେଚାରା'ରେ ଦେଖିବା ପରେ ଟୁଇଟ୍ କରି ଏଭଳି ପ୍ରତିକ୍ରିୟା ରଖିଲେ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ

Report Door

ମୁମ୍ବାଇ: ଜୁନ ୧୪ରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ତାଙ୍କୁ ଶେଷ ଥର ପାଇଁ ପରଦାରେ ଦେଖିବା ପାଇଁ ପ୍ରଶଂସକମାନେ ଅନାଇ ବସିଥିଲେ। ମାସେ ବିତିବା ପରେ ଗତକାଲି ସୁଶାନ୍ତଙ୍କ ଶେଷ ଫିଲ୍ମ 'ଦିଲ ବେଚାରା' ରିଲିଜ୍ ହୋଇଥିଲା। ଫିଲ୍ମ ରିଲିଜ୍ ପରେ ସୁଶାନ୍ତଙ୍କୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଥିଲା। ଅନେକ ସମସ୍ୟା ଥାଇ ମଧ୍ୟ ଜୀବନକୁ କେମିତି ବଞ୍ଚିବାକୁ ହୁଏ, ତାହା ସେ ଫିଲ୍ମରେ ଦର୍ଶକଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି। ତେବେ ସୁଶାନ୍ତଙ୍କ ଫିଲ୍ମ ଗତକାଲି ସନ୍ଧ୍ୟା ୭.୩୦ମିନିଟରେ ଡିଜନି+ହଟଷ୍ଟାରରେ ରିଲିଜ୍ ହୋଇଥିବା ବେଳେ ରିଲିଜର ୫ମିନିଟ୍ ପୂର୍ବରୁ ତାଙ୍କର ପୂର୍ବ ପ୍ରେମିକା ଅଙ୍କିତା ଏକ ଟୁଇଟ୍ କରିଥିବା ଦେଖାଯାଇଥିଲା।

ଟୁଇଟରେ ଫିଲ୍ମର ପୋଷ୍ଟର ଥିବା ବେଳେ କ୍ୟାପସନରେ ଲେଖାଥିଲା 'ଫ୍ରମ୍ ପବିତ୍ର ରିସ୍ତା ଟୁ ଦିଲ୍ ବେଚାରା....ୱାନ ଲାଷ୍ଟ ଟାଇମ୍'। ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର ଏହି ଫିଲ୍ମ ଦେଖିବାକୁ ଅପେକ୍ଷା କରିଥିଲେ | ଫିଲ୍ମ ରିଲିଜ୍ ପରେ ଏବେ ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିବା ସହ ସୁଶାନ୍ତଙ୍କ ସେହି ହସ ସବୁଦିନ ପାଇଁ ମନେ ରହିବ ବୋଲି ଲୋକ ସୋସିଆଲ ମିଡ଼ିଆରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe