ତୁମେ ମାନେ ଖେଳ କରିଦେଲ; ବାଲକୋନିରେ ବସି କନସର୍ଟ ଦେଖୁଥିବା ଲୋକଙ୍କୁ କହିଲେ ଦିଲଜିତ

ଦିଲଜିତ ଦୋସାଞ୍ଜ ଏବେ ତାଙ୍କ କନସର୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ହୋଟେଲ ବାଲକୋନିରୁ କନସର୍ଟ ଦେଖୁଥିବା ଲୋକଙ୍କୁ ଦେଖି ତୁମେମାନେ ଖେଳ କରିଦେଲ ବୋଲି କହିଲେ ଦିଲଜିତ ଦୋସାଞ୍ଜ |

tdiljit

ମୁମ୍ବାଇ: ଏବେ ଭାରତରେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ 'ଦିଲ-ଲୁମିନାଟି' କନସର୍ଟ ଚାଲିଛି। ସେ ବିଭିନ୍ନ ରାଜ୍ୟରେ କନସର୍ଟ କରୁଛନ୍ତି | ତାଙ୍କ କନସର୍ଟକୁ ନେଇ ପ୍ରତିଦିନ ଅନେକ ଖବର ଆସିବାରେ ଲାଗିଛି | ବିଭିନ୍ନ ସହରରେ ସେ କରୁଥିବା କନସର୍ଟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଏବେ ଗୁଜୁରାଟର ଅହମଦାବାଦରେ ସେ କରିଥିବା କନ୍ସର୍ଟ ସମୟର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି | 

ଭିଡିଓରେ ଦେଖାଯାଇଛି ଯେ, ଦିଲଜିତ ଗୀତ ଗାଉଛନ୍ତି | ଟିକେଟ ନକିଣି କିଛି ଲୋକ ହୋଟେଲର ବାଲକୋନିରୁ କନ୍ସର୍ଟ ଦେଖୁଥିବା ଦେଖି ସେ କନ୍ସର୍ଟ ଅଟକାଉଛନ୍ତି | ଗୀତ ଗାଇବା ସହ ମ୍ୟୁଜିକ ବନ୍ଦ ହେବା ପରେ ଦିଲଜିତ ମଞ୍ଚ ଉପରେ ଥାଇ କହୁଛନ୍ତି, 'କିଛି ଲୋକ ଟିକେଟ୍ ନକିଣି ହୋଟେଲ ବାଲକୋନିରୁ ମାଗଣାରେ କନସର୍ଟ ଦେଖୁଛନ୍ତି। ସେଠାରୁ ତ ଭଲ ଦିଶୁଥିବ | ଏଭଳି କରି ହୋଟେଲ ଲୋକମାନେ ଖେଳ କରିଦେଲେ |' ଏହା ଶୁଣି ଉପସ୍ଥିତ ଲୋକମାନେ ହସିବାକୁ ଲାଗୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe