ଭାରତୀୟ ଫିଲ୍ମ ନିଶେଧ ସତ୍ତ୍ବେ ପାକିସ୍ତାନରେ ରିଲିଜ୍ ହେବ ଦିଲ୍‌ଜିତଙ୍କ ଫିଲ୍ମ 'ସରଦାରଜୀ-୩'

Advertisment
t

ନୂଆଦିଲ୍ଲୀ: ପଞ୍ଜାବୀ ସୁପରଷ୍ଟାର ଦିଲଜିତ୍ ଦୋସାଞ୍ଜ ଏବଂ ନୀରୁ ବାଜୱାଙ୍କ ଅଭିନୀତ ହରର୍-କମେଡି 'ସରଦାରଜୀ ୩'ର ଟ୍ରେଲର ରବିବାର ରିଲିଜ୍ ହୋଇଥିଲା। ଟ୍ରେଲରରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ମଧ୍ୟ ନଜର ଆସିଛନ୍ତି। ଏହାକୁ ଦେଖିବା ପରେ ଲୋକେ ଏବେ ଦିଲଜିତ୍ ଦୋସାଞ୍ଜଙ୍କୁ ଟ୍ରୋଲ୍ କରୁଛନ୍ତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ପାକିସ୍ତାନୀ କଳାକାରମାନଙ୍କୁ ବ୍ୟାନ୍ କରାଯାଇଛି। ଏପରିକି ପାକିସ୍ତାନୀ ଷ୍ଟାରମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଛି। ଏମଧ୍ୟରେ 'ସରଦାରଜୀ ୩'ର ଟ୍ରେଲରରେ ହାନିଆ ଆମିରଙ୍କୁ ଦେଖିବା ପରେ ଭାରତୀୟ ପ୍ରଶଂସକମାନେ କ୍ରୋଧିତ ହୋଇଛନ୍ତି। ଏହା ସହ ଏହି ଫିଲ୍ମକୁ ବଏକଟ କରିବାକୁ ଦାବି କରିଛନ୍ତି।

ଏହି ଫିଲ୍ମ ଭାରତରେ ମୁକ୍ତିଲାଭ କରୁନଥିବା ବେଳେ ପାକିସ୍ତାନରେ ଏହାର ମୁକ୍ତିଲାଭକୁ ଅନୁମତି ମିଳିଛି। ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଚଳଚ୍ଚିତ୍ରରେ ଅଭିନୟକୁ ନେଇ ବିବାଦ ଉପୁଜିବା ପରେ ଏହି ଚଳଚ୍ଚିତ୍ର ଭାରତରେ ମୁକ୍ତିଲାଭ କରିପାରିଲା ନାହିଁ।  ହେଲେ ପାକିସ୍ତାନୀ ସେନ୍ସର ବୋର୍ଡ ଏହି ଫିଲ୍ମକୁ ମୁକ୍ତିଲାଭ ପାଇଁ ଅନୁମତି ଦେଇଛି। କରାଚୀର ସବୁଠାରୁ ବଡ଼ ପ୍ରଦର୍ଶକ ନଦୀମ ମାଣ୍ଡଭିୱାଲା ଶୁକ୍ରବାର ଚଳଚ୍ଚିତ୍ର ମୁକ୍ତିଲାଭକୁ ନିଶ୍ଚିତ କରିଛନ୍ତି।

ସେ କହିଛନ୍ତି, 'ସେନ୍ସର ବୋର୍ଡ ଫିଲ୍ମ ରିଲିଜକୁ ମଞ୍ଜୁରୀ ଦେଇଛି। ଯଦିଓ ପାକିସ୍ତାନରେ ଭାରତୀୟ ଫିଲ୍ମ ପ୍ରଦର୍ଶନ ନିଷେଧ, କିନ୍ତୁ ଏହି ଫିଲ୍ମର ପ୍ରଯୋଜକ ଜୈନ ୱାଲି ଜଣେ ପାକିସ୍ତାନୀ ହୋଇଥିବାରୁ ଏହାକୁ ଅନୁମତି ଦିଆଯାଇଛି।' ପ୍ରସିଦ୍ଧ ବିତରକ ଏବଂ ପ୍ରଦର୍ଶକ ସଲିମ ଶହଜାଦ କହିଛନ୍ତି, 'ଏହି ଫିଲ୍ମକୁ ମୁକ୍ତିଲାଭ ପାଇଁ ଅନୁମତି ମିଳିଛି କାରଣ ଏହା ଏକ ଅନ୍ତର୍ଜାତୀୟ ପଞ୍ଜାବୀ ଫିଲ୍ମ ଏବଂ ଏହାକୁ ଭାରତୀୟ ଫିଲ୍ମ ଭାବରେ ବିବେଚନା କରାଯାଇପାରିବ ନାହିଁ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe