ଆମେରିକାର ପ୍ରସିଦ୍ଧ ଗାୟିକା ଟେଲର ସ୍ବିଫ୍ଟଙ୍କ ପ୍ରେମରେ ଦିଲଜିତ୍ !

ଆମେରିକାର ପ୍ରସିଦ୍ଧ ଗାୟିକା ଟେଲର ସ୍ବିଫ୍ଟଙ୍କ ପ୍ରେମରେ ଦିଲଜିତ୍ !

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ଗାୟିକା ଟେଲର ସ୍ବିଫ୍ଟଙ୍କ ପାଇଁ ଏହି ବର୍ଷର ଆରମ୍ଭ ସୁଖମୟ ନଥିଲା। ଦୀର୍ଘ ଦିନ ଧରି ଜୋ ଅଲୱିନଙ୍କୁ ଡେଟ୍ କରୁଥିବା ଏହି ଗାୟିକା ଚଳିତ ବର୍ଷ ଅଲୱିନଙ୍କ ସହ ବ୍ରେକଅପ କରିଥିଲେ। ବ୍ରେକଅପ ପରେ ବର୍ତ୍ତମାନ ସ୍ବିଫ୍ଟଙ୍କୁ ନେଇ ଏକ ନୂଆ ଖବର ସୋସିଆଲ ମିଡିଆର ଚର୍ଚ୍ଚାର ବିଷୟ ପାଲଟିଛି। ଯଦି ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଟେଲର୍ ସ୍ୱିଫ୍ଟ ଏବଂ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜ ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି। ଦୁହେଁ ଏକ ରେଷ୍ଟୁରାଣ୍ଟରେ ଅତି ନିକଟତର ଥିଲେ ବୋଲି କୁହାଯାଉଛି।

ଗାୟକ-ଅଭିନେତା ଦିଲଜିତ୍ ଦୋସାଞ୍ଜ ଜଣେ ବିଶ୍ୱସ୍ତରୀୟ ଆଇକନ୍ ଠାରୁ କମ୍ ନୁହଁନ୍ତି। କୋଚେଲା ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ କରିବାରେ ସେ ପ୍ରଥମ ଭାରତୀୟ ସେଲିବ୍ରିଟି ଅଟନ୍ତି। 'ଲଭର୍', 'ପିଚେସ' ଏବଂ 'ଲେମନେଡ' ଭଳି ହିଟ୍ ଗୀତ ସହିତ ଦିଲଜିତ୍ ସାରା ବିଶ୍ୱରେ ନିଜ ପ୍ରଶଂସକ ତିଆରି କରିପାରିଛନ୍ତି। ଏହା ବ୍ୟତୀତ ସେ 'ଗୁଡ୍ ନ୍ୟୁଜ୍', 'ଯୋଗୀ' ଏବଂ 'ହୋନ୍ସଲା ରଖ' ଭଳି ଶ୍ରେଷ୍ଠ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି।

ତେବେ ଟେଲରଙ୍କ ସହ ନଜର ଆସିବା ପରେ ଏବେ ଦିଲଜିତ୍ ତାଙ୍କୁ ଡେଟ କରୁଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ମଧ୍ୟରେ ଦିଲଜିତ୍ କହିଛନ୍ତି ଯେ, ଗୋପନୀୟତା ନାମକ ଏକ ଜିନିଷ ମଧ୍ୟ ଅଛି। ଟେଲରଙ୍କ ସହ ସ୍ବତନ୍ତ୍ର ସମୟ ବିତାଉଥିବା ବେ‌ଳେ ଏହାକୁ ଲୋକଲୋଚନକୁ ଅଣାଯିବାରୁ ସେ ଏଭଳି କହିଛନ୍ତି। ତେବେ ଟେଲରଙ୍କ ସହ ତାଙ୍କ ସମ୍ପର୍କ କ’ଣ ସେ ସମ୍ପର୍କରେ ସେ ଜଣାଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe