ଦୁନିଆ ଯେତେ ବିଷ ଦେଲେ ବି ତାକୁ ଭିତରକୁ ନିଅ ନାହିଁ; କାହିଁକି ଏଭଳି କହିଲେ ଦିଲଜିତ୍

Advertisment

ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ଡିସେମ୍ବର ୧୯ରେ ମୁମ୍ବାଇରେ ତାଙ୍କର କନସର୍ଟ କରିଥିଲେ। ଏଠାରେ କନସର୍ଟ ପାଇଁ ଦିଆଯାଇଥିବା ଉପଦେଶାବଳୀ ବିଷୟରେ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଦିଲଜିତ୍।

ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ଡିସେମ୍ବର ୧୯ରେ ମୁମ୍ବାଇରେ ତାଙ୍କର କନସର୍ଟ କରିଥିଲେ। ଏଠାରେ କନସର୍ଟ ପାଇଁ ଦିଆଯାଇଥିବା ଉପଦେଶାବଳୀ ବିଷୟରେ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଦିଲଜିତ୍।

tdsfggfgj

ମୁମ୍ବାଇ: ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ଏବେ ନିଜ ଦିଲ୍-ଲୁମିନାଟି ଟୁର୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶର ବିଭିନ୍ନ ସହରକୁ ଯାଇ ସେ ନିଜର କନସର୍ଟ କରୁଛନ୍ତି। ପ୍ରତି କନସର୍ଟ ପୂର୍ବରୁ ତାଙ୍କ ଉପରେ ଲଗାଯାଉଥିବା କଟକଣା ପାଇଁ ଆଲୋଚନାର ବିଷୟ ପାଲଟୁଥିବା ଦିଲଜିତ୍ ଡିସେମ୍ବର ୧୯ରେ ମୁମ୍ବାଇରେ ତାଙ୍କର କନସର୍ଟ କରିଥିଲେ। ଏଠାରେ ଗାୟକ ପ୍ରଶଂସକଙ୍କୁ ବହୁତ ମନୋରଞ୍ଜନ କରିଥିଲେ। ବର୍ତ୍ତମାନ କନସର୍ଟରୁ ଦିଲଜିତ ଦୋସାଞ୍ଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ କନସର୍ଟ ପାଇଁ ଦିଆଯାଇଥିବା ଉପଦେଶାବଳୀ ବିଷୟରେ କହୁଥିବା ଶୁଣିବାକୁ ମିଳିଛି। 

ଭିଡିଓରେ ଦିଲଜିତ୍ କହୁଛନ୍ତି, "ଗତକାଲି ମୁଁ ମୋ ଟିମକୁ ପଚାରିଥିଲି ଯେ, କନସର୍ଟକୁ ନେଇ କିଛି ଉପଦେଶାବଳୀ ଦିଆଯାଇଛି କି? ସେମାନେ କହିଥିଲେ ସବୁକିଛି ଠିକ ଅଛି। ଆଜି ସକାଳେ ଯେତେବେଳେ ମୁଁ ଉଠିଲି, ଜାଣିବାକୁ ପାଇଲି ଯେ ମୋ ବିରୋଧରେ ଏକ ଉପଦେଶାବଳୀ ଜାରି କରାଯାଇଛି। ବ୍ୟସ୍ତ ହୁଅ ନାହିଁ। ତୁମେ ମାନେ ଏଠାକୁ ନିଜର ମନୋରଞ୍ଜନ ପାଇଁ ଆସିଛ। ମୁଁ ତୁମମାନଙ୍କର ଆଶାଠାରୁ ଅଧିକ ମନୋରଞ୍ଜନ କରିବି। ସକାଳୁ ଯୋଗ କରିବା ବେଳେ ମୋ ମନକୁ ଏକ ଭଲ ଚିନ୍ତା ଆସିଲା । ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା, ସେତେବେଳେ ଦେବତାମାନେ ଅମୃତ ପିଇଲେ। କିନ୍ତୁ ଶିବଜୀ ବିଷ ପିଇଥିଲେ | ହେଲେ ଶିବଜୀ ସେହି ବିଷକୁ ନିଜ ଭିତରକୁ ନେଇ ନଥିଲେ। ସେ ଏହାକୁ ନିଜ କଣ୍ଠ ପର୍ଯ୍ୟନ୍ତ ରଖିଥିଲେ | ସେଥିପାଇଁ ତାଙ୍କୁ ନୀଳକଣ୍ଠ କୁହାଯାଏ। ତେଣୁ ଦୁନିଆ ତୁମକୁ ବିଷ ଦେଲେ ବି ଏହାକୁ ନିଜ ଭିତରକୁ ନିଅ ନାହିଁ। ଆଜି ମୁଁ ପ୍ରତିଜ୍ଞା କରୁଛି ଯେ ତୁମମାନଙ୍କୁ ମୁଁ ଦୁଇଗୁଣ ମଜା ଦେବି।" ଏଭଳି କହି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe