ଡାକ୍ତରଖାନାରେ ଭର୍ତ୍ତି ହେବା ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ଡିମ୍ପଲ କପାଡିଆ; ମୁଁ ଜୀବିତ ଅଛି, କିନ୍ତୁ...

ଡାକ୍ତରଖାନାରେ ଭର୍ତ୍ତି ହେବା ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ଡିମ୍ପଲ କପାଡିଆ; ମୁଁ ଜୀବିତ ଅଛି, କିନ୍ତୁ...

aajtak.intoday.in

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଲେଖିକା ଟ୍ବିଙ୍କଲ ଖାନ୍ନା ଗତକାଲି ଡାକ୍ତରଖାନା ବାହାରେ ନଜର ଆସିଥିଲେ। ଯେଉଁଥିରୁ ତାଙ୍କ ମା’ ଡିମ୍ପଲ କପାଡିଆଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଅଭିନେତା ଅକ୍ଷୟ କୁମାରଙ୍କୁ ଡାକ୍ତରଖାନା ବାହାରେ ଦେଖିବା ପରେ ଚର୍ଚ୍ଚାକୁ ଲୋକେ ସତ ବୋଲି ମାନିବା ଆରମ୍ଭ କରି ଦେଇଥିଲେ। ତେବେ ଡିମ୍ପଲଙ୍କର ହଠାତ୍ କ’ଣ ସମସ୍ୟା ହେଲା, ତାହା ବଡ଼ ପ୍ରଶ୍ନ ପାଲଟିଥିବା ବେଳେ ଏବେ ଚର୍ଚ୍ଚା ହେଉଥିବା ଖବରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଡିମ୍ପଲ।

Image result for dimple-kapadia-twinkle-khanna-reaction-on-her-hospitalisation-rumours Times Now

ତାଙ୍କ କହିବା ଅନୁଯାୟୀ, ମୁଁ ଜୀବିତ ଅଛି ଓ ମୋ ଜୀବନ ଖୁସିରେ ବଞ୍ଚୁଛି। କିନ୍ତୁ ମୋ ମା’ଙ୍କ ଦେହ ଖରାପ ଅଛି। ଯାହା ପାଇଁ ଆମେ ସମସ୍ତେ ଡାକ୍ତରଖାନାରେ ଅଛୁ। ସେ ଏବେ ଠିକ୍ ଅଛନ୍ତି ଏବଂ ମୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କୌଣସି ତଥ୍ୟ ଦେବାକୁ ଚହୁଁ ନାହିଁ। ପୂର୍ବ ଅପେକ୍ଷା ସେ ଭଲ ଅଛନ୍ତି ବୋଲି କହିଛନ୍ତି ଡିମ୍ପଲ। ତାଙ୍କର ପ୍ରତିକ୍ରିୟା ପରେ ଏବେ ପୂରା ଘଟଣା ଓଲଟି ଯାଇଛି। ସେ ନୁହନ୍ତି ବରଂ ତାଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe